ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ ହୋଇଥିବା ବୁଧବାର ରାତିରେ ଜଣାପଡ଼ିଛି। ସୂଚନା ଅନୁସାରେ ଶାହ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଯୋଗୁଁ ଅସୁସ୍ଥ ଦେଖାଯିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍)ରେ ଭର୍ତ୍ତି କରାଯାଇଛି।
ନିଜର ଅସୁସ୍ଥତା ନେଇ ଅମିତ ଶାହ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଈଶ୍ୱରଙ୍କ ଇଚ୍ଛା ଓ ଆପଣଙ୍କ ଭଲ ପାଇବା ଯୋଗୁଁ ଖୁବ ଶୀଘ୍ର ସୁସ୍ଥ ହୋଇଯିବି।
मुझे स्वाइन फ्लू हुआ है, जिसका उपचार चल रहा है। ईश्वर की कृपा, आप सभी के प्रेम और शुभकामनाओं से शीघ्र ही स्वस्थ हो जाऊंगा।
— Amit Shah (@AmitShah) January 16, 2019
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି। ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଅମିତ ଶାହା ଜାନୁଆରି ୧୮ରେ କଟକ ଆସିବାର ଥିଲା।