ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ନିର୍ବାଚନରେ ବିଜେପି ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ରବିବାର ସେ ଜଳଗାଓଁରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେ ଏବଂ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକର (ବୀର ସାବରକର)ଙ୍କ ବିଷୟରେ କିଛି ଭଲ କଥା କୁହାଇବାକୁ  ସେ ଚ୍ୟାଲେଞ୍ଜ କରିଛନ୍ତି।

Advertisment


ଜଳଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ଉଦ୍ଧବ ଠାକରେ କଂଗ୍ରେସ ସହିତ ଯାଉଛନ୍ତି ଯାହାର ନେତାମାନେ ବାଲାସାହେବ ଠାକରେ ଏବଂ ବୀର ସାବରକରଙ୍କୁ ଅପମାନିତ କରିଛନ୍ତି। ମୁଁ ଉଦ୍ଧବ ଠାକରେଙ୍କୁ ପଚାରିବାକୁ ଚାହୁଁଛି କି ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବୀର ସାବରକରଙ୍କ ପାଇଁ ଦୁଇଟି ଭଲ ଶବ୍ଦ କହିବାକୁ ଅନୁରୋଧ କରିପାରିବେ କି?

ବାଲାସାହେବ ଠାକରେଙ୍କ ସମ୍ପର୍କରେ କଂଗ୍ରେସର କୌଣସି ନେତା କିଛି ଶବ୍ଦ କହିପାରିବେ କି ବୋଲି ଶାହା କହିଛନ୍ତି, ଏଭଳି ବିରୋଧାଭାସ ଭିତରେ ମେଣ୍ଟ ସରକାର ଗଠନ ର ସ୍ୱପ୍ନ ନେଇ ଆସିଥିବା ଲୋକଙ୍କୁ ମହାରାଷ୍ଟ୍ରର ଜନତା ଜାଣିଲେ ଭଲ ହେବ।

ବିଜେପିର ବରିଷ୍ଠ ସାଂସଦ ଶାହ କହିଛନ୍ତି ଯେ ବିଜେପିର ସଂକଳ୍ପ ପତ୍ର ନଭେମ୍ବର ୨୦ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରବାସୀଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଉଲେମାର ଏକ ସଂଗଠନ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ ଦାବି କରିଛି ଏବଂ ରାଜ୍ୟ କଂଗ୍ରେସ ସଭାପତି ନାନା ପଟୋଲେ ଏଥିରେ ରାଜି ହୋଇଛନ୍ତି।