ପୁଣି ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା; ପଶ୍ଚିମବଙ୍ଗ ଗସ୍ତ ଅଧା ରଖି ଦିଲ୍ଲୀ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା

ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଯାଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦିଲ୍ଲୀପଙ୍କ କହିବା ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜର ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ଆଜି ସନ୍ଧ୍ୟାରେ ଦିଲ୍ଲୀ ଫେରିଛନ୍ତି । କାରଣ ସ୍ଵାଇନ ଫ୍ଲୁରେ ସଂକ୍ରମିତ ହେବା ପରେ ଏମ୍ସରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ କିଛି ଦିନ ପୂର୍ବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା । ଡାକ୍ତର ତାଙ୍କୁ ବିଶ୍ରାମ ନେବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ତଥାପି ସେ ଆଜି ରାଲିରେ ଯୋଗ ଦେଇଥିଲେ ।

PTI8_9_2014_000057B

ଦିଲ୍ଲୀପ କହିଛନ୍ତି ଯେ ଅମିତ୍ ଶାହା  ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ନୂଆଦିଲ୍ଲୀ ଫେରି ଯାଇଛନ୍ତି । କାରଣ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଖରାପ ସ୍ଵାସ୍ଥ୍ୟ କାରଣରୁ କୌଣସି ରାଲିରେ ଭାଗ ନ ନିଅନ୍ତୁ। ଯଦି ଆସନ୍ତକାଲି ତାଙ୍କର ସ୍ଵାସ୍ଥ୍ୟବସ୍ଥା ଠିକ୍ ରହେ ତେବେ ସେ ଝାଡ଼ଗ୍ରାମ ରାଲିରେ ସମ୍ବୋଧିତ କରିବେ । ଦିଲୀପ ଘୋଷ କହିଛନ୍ତି ଯେ ଅମିତ୍ ଶାହା ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ରାଲିରେ ତାଙ୍କର ସାମିଲ ହେବା ସମ୍ଭାବନା ବହୁତ କମ ରହିଛି ।

ଗତ ୧୬ ତାରିଖ ଦିନ ତାଙ୍କୁ  ସ୍ୱାଇନ ଫ୍ଲୁ  ହୋଇଛି ବୋଲି ଟ୍ୱିଟ୍ ଯୋଗେ ଜଣାଇଥିଲେ ଶାହା । ସେଥିପାଇଁ ଗତ ୧୮ ତାରିଖରେ ଶାହାଙ୍କ ଓଡ଼ିଶା ଗସ୍ତ ମଧ୍ୟ ସ୍ଥଗିତ ରହିଥିଲା । ହେଲେ ମମତାଙ୍କ ମହାମେଳି ପ୍ରଭାବକୁ ଶାହା ଦୁର୍ବଳ କରିବା ପାଇଁ ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାରେ ବିଶାଳ ଜନସମାବେଶରେ ଭାଷଣ ଦେଇଥିଲେ । ଆଜି ପଶ୍ଚିମବଙ୍ଗ ରାଲିରେ ଜନସଭାକୁ ସମ୍ଭୋଧିତ କରିବା ସମୟରେ ଶାହା ବାରମ୍ବାର କାଶୁଥିବାର ନଜର ଆସିଥିଲେ ।

ସମ୍ବନ୍ଧିତ ଖବର