ଉତ୍ତର-ପୂର୍ବ ଭାରତରେ ବିକାଶର ବନ୍ୟା ସୃଷ୍ଟି ହୋଇଛି: ଶାହା

ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ପରେ ଉତ୍ତର-ପୂର୍ବ ରାଜ୍ୟ ଆସାମ ଗସ୍ତରେ ଅଛନ୍ତି। ରବିବାର ସକାଳେ ଶାହା ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ପହଞ୍ଚିଥିଲେ। ମାତା କାମାକ୍ଷାଙ୍କୁ ଦର୍ଶନ କରିବା ପରେ ସେ ଗୁଆହାଟୀରୁ ମଣିପୁରର ରାଜଧାନୀ ଇମ୍ଫାଲରେ ପହଞ୍ଚି ଅନେକ ଯୋଜନାର ଶିଳାନ୍ୟାସ କରିଥିଲେ | ମଣିପୁରରେ ସେ କହିଛନ୍ତି ଯେ ପ୍ରତିବର୍ଷ ଉତ୍ତର ପୂର୍ବକୁ ୮୯୧୬୮ କୋଟି ଟଙ୍କା ଦିଆଯାଉଥିଲା। କିନ୍ତୁ ଆମେ ଏହାକୁ ବାର୍ଷିକ ୩୧୩୩୭୫ କୋଟି ଟଙ୍କାକୁ ବୃଦ୍ଧି କରିଛୁ। ସେ କହିଛନ୍ତି ଯେ କଂଗ୍ରେସ ସବୁ ସ୍ଥାନରେ କେବଳ ଭୁମି ପୂଜନ କରିଥିଲା କିନ୍ତୁ କୌଣସି କାମ ଶେଷ ହୋଇନଥିଲା ।

ଏହା ଆମ ପାଇଁ ଏକ ବରଦାନ ପରି ଥିଲା | ଆମେ କାର୍ଯ୍ୟ ସମାପ୍ତ କରି ଉଦଘାଟନ କରୁଛୁ | ଅମିତ ଶାହା କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟରେ ଅଧିକ ବିକାଶ ଘଟିବ। ମଣିପୁରରେ ସେଣ୍ଟ୍ରାଲ ସ୍ପୋର୍ଟସ ୟୁନିଭରସିଟି ଏବଂ ଫରେନସିକ୍ କଲେଜ ନିର୍ମାଣ କରାଯିବ। ଇମ୍ଫାଲରେ ଅମିତ ଶାହା କହିଛନ୍ତି, ପୂର୍ବରୁ ଏହି ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ବର୍ତ୍ତମାନ ବିକାଶର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବିଚ୍ଛିନ୍ନତାବାଦ ଏବଂ ହିଂସା ପାଇଁ ଉତ୍ତର-ପୂର୍ବ ଜଣାଶୁଣା ଥିବାବେଳେ ଗତ ୬ ବର୍ଷ ମଧ୍ୟରେ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଜଣେ ପରେ ଜଣେ ଅସ୍ତ୍ର ସମର୍ପଣ କରିଛନ୍ତି ଓ ହିଂସା ହ୍ରାସ ପାଇଛି। ମୁଁ ଆଶା କରୁଛି ବାକି ସଂଗଠନ ମଧ୍ୟ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବେ ।

ସମ୍ବନ୍ଧିତ ଖବର