ଅହମ୍ମଦାବାଦ: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟଣା । ଭୟଙ୍କର ଦୁର୍ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁହିଁଙ୍କୁ ଘଟଣାସ୍ଥଳକୁ ଯିବାକୁ କହିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ । ଆଉ ଏହାରି ଭିତରେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଯନ୍ତ୍ରଣାଦାୟକ ବିମାନ ଦୁର୍ଘଟଣାକୁ ଶବ୍ଦରେ ବୟାନ କରିହେବନି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । 

Advertisment

ସେପଟେ ସାମ୍ନାକୁ ଆସିଛି ଦୁର୍ଘଟଣା ପରର ଛାତିଥରା ଦୃଶ୍ୟ । ମେଡିକାଲ କଲେଜରେ ପଶିଯାଇଛି ବିମାନ । ଉଡାଣ ବେଳେ ବିମାନବନ୍ଦର ନିକଟରେ ଥିବା ମେଡିକାଲ କଲେଜରେ ମାଡ ହେଲା ବିମାନ । ଖାଇବା ବେଳେ ଖସିଲା ବିମାନ । କେଉଁଠି ଖାଇବା ପ୍ଲେଟ୍ ପଡିଛି ତ କେଉଁଠି ପଡିଛି ରୋଷେଇ ସାମଗ୍ରୀ ।

ତେବେ ଉଡ଼ାଣ ଭରିବା ସମୟରେ  କ୍ରାଶ୍‌ ହେଲା  ବିମାନ ।  ବଡ଼ ଦୁର୍ଘଟଣାର  ଶିକାର ହେଲା  ଏୟାର ଇଣ୍ଡିଆର ବିମାନ । ଗୁଜରାଟ ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ  ଏହି  ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । 

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ପାଖାପାଖି  ୨୪୨ ଜଣ ଥିଲେ । ଯେଉଁଥିରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ୍ ଏବଂ ଜଣେ କାନାଡୀୟ ଯାତ୍ରୀ ଥିଲେ ।