ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ ସରକାର । ଆତଙ୍କୀଙ୍କୁ ନିପାତ ପାଇଁ ଚାଲିଛି ଗୋଟେ ପରେ ଗୋଟେ ଯୋଜନା । ପାକିସ୍ତାନକୁ ପାନେ ଦେବାକୁ ପ୍ରହାର ପରେ ପ୍ରହାର ଭାରତ ଦେଉଥିବା ବେଳେ ଏବେ ଆଉ ଏକ ଆକ୍ସନ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦେଶରେ କେମିତି ପାକିସ୍ତାନୀ ନରହିବେ ସେନେଇ ପ୍ଲାନିଂ କରିଛନ୍ତି ଶାହ ।
Union Home Minister Amit Shah is speaking to all chief ministers on the issue, asking them to identify all Pakistan nationals in their respective states and take steps to ensure their prompt return to Pakistan: Sources pic.twitter.com/7MgHqkmRoe
— ANI (@ANI) April 25, 2025
ଆଉ ଇତିମଧ୍ୟରେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଶାହ ଏବଂ ପାକିସ୍ତାନୀଙ୍କୁ ରାଜ୍ୟରୁ ତଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଶାହ ସବୁ ପାକିସ୍ତାନ ନାଗରିକଙ୍କ ତୁରନ୍ତ ଭିସା ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ଖୋଜି ଖୋଜି ବାହାର କରିବାକୁ କହିଛନ୍ତି । ପାକିସ୍ତାନ ନାଗରିକଙ୍କ ଚିହ୍ନଟ ପରେ ସେମାନଙ୍କୁ ତୁରନ୍ତ ତଡିବାକୁ କହିଛନ୍ତି
ଶାହ
।
ତେବେ ଗତକାଲି ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିଛନ୍ତି ଭାରତ ସରକାର ଏବଂ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ୩ ଦିନର ମହଲତ ଦିଆଯାଇଛି । ଆଉ ଏବେ ସବୁ ରାଜ୍ୟରୁ ପାକିସ୍ତାନୀଙ୍କୁ ତଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି ।