୧୦୦ ଦିନରେ ମୋଦୀ ସରକାର; ସଫଳତା ବଖାଣିଲେ ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ସରକାରକୁ ଆଜି ୧୦୦ ଦିନ। ଏ ନେଇ ଗୃହ ମନ୍ତ୍ରୀ ଅମିତ ଶାହା ୧୦୦ ଦିନର ମୋଦୀ ସରକାରଙ୍କ ସଫଳତାକୁ ବାଖ୍ୟା କରିଛନ୍ତି। ଶାହା ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦରୁ ନେଇ ତିନ୍‌ ତଲାକୁ ବେଆଇନ୍‌ ଘୋଷଣା କରିବା ପ୍ରସଂଗ ସବୁ ଉଠାଇ ମୋଦୀଙ୍କ ପ୍ରଶଂସା କରିଛନ୍ତି।

ଶାହା କହିଛନ୍ତି କି ଗତ ୭୦ ବର୍ଷ ହେବ ଦେଶ ଏପରି ଜଣେ ନେତାଙ୍କୁ ଅପେକ୍ଷା କରିଥିଲା। ଫଳରେ ଦେଶ ସୁରକ୍ଷାରୁ ନେଇ ବିକାଶ, ଜନକଲ୍ୟାଣ ଓ ସାମାଜିକ ସବୁ ଦିଗରେ ଉନ୍ନତି କରିପାରିବ। ଆଗାମୀ ଦିନକୁ ନେଇ ଲୋକଙ୍କ ମନରେ ଥିବା ଆକାଙ୍‌କ୍ଷାକୁ ପୂରା କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। ସେ ତାଙ୍କ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରି ମୋଦୀଙ୍କ ସଫଳତମ ୧୦୦ ଦିନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର