ଲକ୍ଷ୍ନୌ: ଆଜି ଲକ୍ଷ୍ନୌରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା ‘ଫୋରେନ୍ସିକ୍ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍’ର ଶିଳାନ୍ୟାସ କରିଛନ୍ତି। ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରତିଷ୍ଠାନ ଗୁଜରାଟର ‘ନ୍ୟାସ୍ନାଲ୍ ଫୋରେନ୍ସିକ୍ସ୍ ସାଇନ୍ସେସ୍ ୟୁନିଭର୍ସିଟି’ (ଏନ୍ଏଫ୍ଏସ୍ୟୁ) ସହ ଅନୁବନ୍ଧିତ ହେବାର ପ୍ରସ୍ତାବ ରହିଛି।
ଲକ୍ଷ୍ନୌର ପିପରସନ୍ଦରେ ଶିଳାନ୍ୟାସ ଉତ୍ସବ ଅବସରରେ ଅଭିଭାଷଣ ଦେଇ ଅମିତ ଶାହ କହିଲେ, ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକାରର ସର୍ବ ପ୍ରଥମ ପ୍ରତିଷ୍ଠାନ ଦେଶର ପୁଲିସ ବ୍ୟବସ୍ଥାରେ ଗବେଷଣା ଏବଂ ଆଧୁନିକିକରଣ ପାଇଁ ପଥ ଉନ୍ମୁକ୍ତ କରିବ। ସମଗ୍ର ଦେଶରେ ଆଇନଶୃଙ୍ଖଳା ସୁଧାରିବା ଲାଗି କେନ୍ଦ୍ର ପ୍ରଯତ୍ନ କରୁଛି। ସେ ଭିତରୁ ଗୋଟିଏ ହେଉଛି ‘ଫୋରେନ୍ସିକ୍ ସାଇନ୍ସ୍ ୟୁନିଭର୍ସିଟି’।
/sambad/media/post_attachments/wp-content/uploads/2021/08/amit-1024x768.jpg)
ଚାଲୁ ହେବା ପରେ ଏହି ‘ଫୋରେନ୍ସିକ୍ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍’ ୧୫୦ଜଣ ଶିକ୍ଷାର୍ଥୀଙ୍କୁ ଗ୍ରହଣ କରିବ ଏବଂ ‘ବିହେଭାଓରାଲ୍ ସାଇନ୍ସେସ୍’, ‘ସିଭିଲ୍ ଆଣ୍ଡ୍ କ୍ରିମିନାଲ୍ ଲ’, ‘ପୋଲିସ୍ ସାଇନ୍ସ୍’, ‘କ୍ରିମିନୋଲୋଜି’ ଏବଂ ‘ଫୋରେନ୍ସିକ୍’ ଆଦି ବିଷୟରେ ସର୍ବାଧୁନିକ ଶିକ୍ଷା ଦେବ।
ସମବେତ ଜନତାଙ୍କୁ ଗୃହମନ୍ତ୍ରୀ କହିଲେ, ‘ଫୋରେନ୍ସିକ୍ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍’ ପରିଧି ମଧ୍ୟରେ ୫ ଏକର ପରିମିତ ସ୍ଥାନରେ ‘ଡିଏନ୍ଏ’ ସେଣ୍ଟର୍ ସ୍ଥାପନ କରାଯିବ ଏବଂ ଏଥିପାଇଁ କେନ୍ଦ୍ର ସରକାର ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।