ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ୨୦୨୧ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ଜନତାଙ୍କୁ ଖୁସି କରାଇବା ପାଇଁ ସେ ଏବେ ବଙ୍ଗଳା ଭାଷା ଶିଖିବା ଆରମ୍ଭ କରିଛନ୍ତି। ନିର୍ବାଚନ ସମୟରେ ରଣନୀତି ତିଆରି କରିବାରେ ଯେମିତି କୌଣସି ବାଧା ନ ଉପୁଜୁ, ସେ ନେଇ ସେ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ଏହା ପାଇଁ ସେ ଜଣେ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଥିବା ଜଣା ପଡ଼ିଛି।
News18.comତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ଲୋଗାନ ପରେ ସେ ଏଭଳି କରିବା ନେଇ ଚିନ୍ତା କରିଥିବା ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ଗତ କିଛି ଦିନ ତଳେ ମମତା ବାନାର୍ଜୀ ସ୍ଲୋଗାନ ଦେଇ କହିଥିଲେ କି, ମା’, ମତି ଏବଂ ମନୁଷ (ମା’, ମାତୃଭୂମି ଏବଂ ଲୋକ)। ଏହା ସହ ବଙ୍ଗଳା ଭାଷାର ଗର୍ବ ଓ ସମ୍ମାନକୁ ନେଇ ସେ ନିଜ ଭାଷଣ ରଖିବା ସହ ଅମିତ ଶାହାଙ୍କୁ ଜଣେ ବାହାର ଲୋକ ବୋଲି କହିଥିଲେ। ମମତାଜୀଙ୍କ ଏଭଳି ଭାଷଣ ପରେ ବଙ୍ଗଳା ଭାଷାକୁ ସମ୍ମାନ ଜଣାଇ ସେ ଏହି ଭାଷା ଶିଖିବା ଆରମ୍ଭ କରିଛନ୍ତି। ପ୍ରତି ନିର୍ବାଚନ ପାଇଁ ଶାହା ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣାରେ ତାଙ୍କ ରଣନୀତି କାମରେ ଆସି ନଥିଲା। ଯାହା ପରେ ଏବେ ସେ ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନକୁ ନିଶ୍ଚିତ କରିବା ଲକ୍ଷ୍ୟରେ ସେ ଏବେ ଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ନନ-6.jpg)