ପୁଣି ଶାହାଙ୍କ ହାତରେ ବିଜେପି ମଙ୍ଗ! ନିରାଶ ହୋଇପାରନ୍ତି ଅନେକ ଆଶାୟୀ

ନୂଆଦିଲ୍ଲୀ: ସାରା ଦେଶରେ ସରିଛି ର୍ନିବାଚନ। ତେବେ କେବଳ ଯେ, ର୍ନିବାଚନ ସରିଛି ତାହା ନୁହେଁ ଦେଶରେ ବିଜେପି ଆଶାନୁରୂପକ ଫଳ ମଧ୍ୟ ପାଇଛି। ବିଜେପିର ଏହି ମହାନ ବିଜୟ ପଛରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହାତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ଅମିତ ଶାହା ଗୃହମନ୍ତ୍ରୀ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ। ଆଗାମୀ ଦିନରେ ହରିୟାଣା, ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ଦିଲ୍ଲୀରେ ବିଧାନସଭା ର୍ନିବାଚନ ହେବା ପାଇଁ ଯାଉଛି। ତେଣୁ ପାର୍ଟି ର୍ନିବାଚନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ନିଜର ବିଜୟର ଧାରା ବଜାୟ ରଖିବା ପାଇଁ ଦଳ ଚେଷ୍ଟା କରୁଛି। ତେଣୁ ଶାହାଙ୍କୁ ପଦରୁ ହଟାଇବା ପାଇଁ ଇଚ୍ଛା କରୁନାହିଁ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅମିତ ଶାହା ଗୃହ ମନ୍ତ୍ରଣାଳୟ ସହ ୧୧ କୋଟି ସଦସ୍ୟ ବିଶିଷ୍ଟ ବିଜେପି ଦଳକୁ ମଧ୍ୟ ସଠିକ ଭାବରେ ଚଳାଇ ପାରିବାର କ୍ଷମତା ରଖିଛନ୍ତି। ତେଣୁ ଦଳର କିଛି ପୁରୁଖା ନେତା ପୁଣି ଥରେ ଶାହାଙ୍କ ମୁଣ୍ଡରେ ସୁନା କଳସ ଢାଳିବା ପାଇଁ ଚେଷ୍ଟା କରୁଛନ୍ତି। ଚେଷ୍ଟା କରିବା ମଧ୍ୟ ସ୍ୱଭାବିକ। କାରଣ ଯେପରି ଭାବରେ ଶାହା ଦଳକୁ ସାହା ହୋଇ ରହିଛନ୍ତି ତାହାକୁ ଦେଖିଲେ କେହି ବି ରିସ୍କ ନେବା ପାଇଁ ଇଚ୍ଛା ରଖୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି ଅଧ୍ୟକ୍ଷ ପଦ ନେବା ପାଇଁ।

Raj Express

ଯଦି ଶାହା ପୁଣି ଥରେ ସଭାପତି ହେବେ ତେବେ ବିଜେପିରେ ପ୍ରଚଳିତ ଥିବା ଗୋଟିଏ ପଦବୀ ଜଣେ ବ୍ୟକ୍ତି ନିୟମରେ ପରିବର୍ତନ ହେବ। କେବଳ ଜଣଙ୍କ ଲାଗି ନିୟମ ପରିବର୍ତନ କରିବା ପାଇଁ କେତେକ ନେତା ମଧ୍ୟ ଚାହୁଁନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ହେଲେ ବର୍ତମାନ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ବ୍ୟକ୍ତି ଏ ନେଇ ମୁହିଁ ଖୋଲି ନାହାନ୍ତି। କିନ୍ତୁ କେତେକ କର୍ମୀଙ୍କ କହିବା ଅନୁସାରେ, ପୁଣି ଥରେ ଶାହା ହିଁ ସଭାପତି ହେବେ। ହେଲେ ପ୍ରକୃତରେ ଏନେଇ କିଛି ଚର୍ଚ୍ଚା ହୋଇଛି ନା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ସେ ସମ୍ପର୍କରେ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର