ଅମିତ୍‌ ଶାହାଙ୍କୁ ଭେଟିଲେ ଅଭିନେତା ସନ୍ନି ଦେଓଲ, ପଞ୍ଜାବର ଅମୃତସରରୁ ବିଜେପି ଟିକେଟରେ ଲଢ଼ି ପାରନ୍ତି ନିର୍ବାଚନ

ପୁଣେ : ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଶୁକ୍ରବାର ସଂନ୍ଧ୍ୟାରେ ପୁଣେ ବିମାନ ବନ୍ଦରରେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କୁ ଭେଟିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ବିମାନବନ୍ଦରର ଲାଉଞ୍ଜରେ କିଛି ସମୟ ପାଇଁ ଆଲୋଚନା  କରିଥିବା ଜଣାପଡ଼ିଛି । ଅମିତ ଶାହା ଏବଂ ସନ୍ନି ଦେଓଲଙ୍କ ମଧ୍ୟରେ  କଥାବାର୍ତ୍ତା ୫ମିନିଟ୍‌ ଧରି ଜାରି ରହିଥିବା ବେଳେ ଏହା ରାଜନୈତିକ ଥିଲା ନା ଔପଚାରିକ ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ତେବେ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ବିଜେପି ସନ୍ନି ଦେଓଲଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପଞ୍ଜାବର ଅମୃତସରରୁ ପ୍ରାର୍ଥୀ କରି ବିଜେପି ସନ୍ନି ଦେଓଲଙ୍କ ନିର୍ବାଚନ ଲଢ଼ାଇପାରେ ବୋଲି ଚାରି ଆଡ଼େ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟିକରଣ ମିଳି ପାରି ନାହିଁ ।

ସମ୍ବନ୍ଧିତ ଖବର