ଜାତୀୟ ସୁରକ୍ଷା ଉପଦେଷ୍ଟା ଓ ଗୁଇନ୍ଦା ବ୍ୟୁରୋ ମୁଖ୍ୟଙ୍କ ସହ ମିଶି ଜମ୍ମୁ- କଶ୍ମୀରର ସ୍ଥିତି ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ୍‌ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ଅପରାହ୍ଣରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଓ ଗୁଇନ୍ଦା ବ୍ୟୁରୋ ମୁଖ୍ୟଙ୍କ ସହ ମିଶି ଜମ୍ମୁ- କଶ୍ମୀରର ସାଂପ୍ରତିକ ସ୍ଥିତିର ସମୀକ୍ଷା କରିବା ସହ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ଜମ୍ମୁ- କଶ୍ମୀରରୁ ୩୭୦ ଧାରାର ଉଚ୍ଛେଦ ପରେ ଗତ ଦୁଇ ସପ୍ତାହ ଧରି ବନ୍ଦ ରହିଥିବା ଜମ୍ମୁ- କଶ୍ମୀରର ୧୯୦ ସ୍କୁଲ ଆଜି ଖୋଲିଥିଲେ ମଧ୍ୟ ସେଠାରେ କୌଣସି ପ୍ରକାରର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ଅନ୍ୟ ପକ୍ଷରେ ଜମ୍ମୁ- କଶ୍ମୀରର ସମସ୍ତ ସରକାରୀ ଦପ୍ତର ଆଜି ଖୋଲିବା ସହ ସ୍ୱାଭାବିକ ଭାବେ କାର୍ଯ୍ୟ ହୋଇଛି।

DD News

ଜମ୍ମୁ- କଶ୍ମୀରର ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଓ ଗୁଇନ୍ଦା ବ୍ୟୁରୋ ମୁଖ୍ୟଙ୍କ ସହ ମିଶି ଜମ୍ମୁ- କଶ୍ମୀରର ସାଂପ୍ରତିକ ସ୍ଥିତିର ସମୀକ୍ଷା କରିବା ସହ ଟେଲି କନ୍‌ଫରେନ୍ସିଂ ଜରିଆରେ ଜମ୍ମୁ- କଶ୍ମୀରର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପର୍ଯ୍ୟାୟ କ୍ରମେ ଜମ୍ମୁ- କଶ୍ମୀରର ଯୋଗାଯୋଗ ବ୍ୟବସ୍ଥା ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ଉଠାଇ ନେବା ପାଇଁ ଆଜିର ଆଲୋଚନା କାଳରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର