ନୂଆଦିଲ୍ଲୀ: ହରିୟାଣାବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ସଂସଦୀୟ ବୋର୍ଡ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ୧୬ରେ ହେବ ବିଧାୟକଦଳ ବୈଠକ ଅନୁଷ୍ଠିତ ହେବ। ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ଟି ଆସନ ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଛି।
ହରିୟାଣାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ପୁଣି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ବରିଷ୍ଠ ନେତା ଅନୀଲ ଭିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାନେଇ ଆଶାୟୀ ଅଛନ୍ତି । ସେ ଆଜି ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟିଛନ୍ତି ।
ହରିୟାଣାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ପୁଣି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ବରିଷ୍ଠ ନେତା ଅନୀଲ ଭିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାନେଇ ଆଶାୟୀ ଅଛନ୍ତି । ସେ ଆଜି ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟିଛନ୍ତି ।
ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏକ ବିବୃତିରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କୁ ସଂସଦୀୟ ବୋର୍ଡ ଜମ୍ମୁ-କଶ୍ମୀରରେ ବିଧାୟକ ଦଳର ନେତା ଚୟନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ହରିୟାଣାରେ ଜମ୍ମୁ-କଶ୍ମୀର ସହ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ୪୨ଟି ଆସନ ରେ ବିଜୟୀ ହୋଇ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ଜମ୍ମୁ-କଶ୍ମୀରରେ ବିଜେପି ୨୯ଟି ଆସନରେ ବିଜୟୀ ହୋଇଛି। ଆମ୍ ଆଦମୀ ପାର୍ଟି ମଧ୍ୟ ଖାତା ଖୋଲିବାରେ ସଫଳ ହୋଇଛି। ଡୋଡା ବିଧାନସଭା ଆସନରେ ଦଳ ବିଜୟୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/p2qGXlZrBz46YQNl4Hlq.png)