ରାହୁଲଙ୍କ ଟି-ସାର୍ଟର ଦାମ୍ ୪୧ହଜାର ହେଲେ ଅମିତ ଶାହାଙ୍କ ମଫଲରର ଦାମ୍ ୮୦ହଜାର: ଗେହଲଟ

ନୂଆଦିଲ୍ଲୀ: ଭାରତ ଯୋଡା ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟକୁ ନେଇ ଭାରତୀୟ ଜନତା ପାର୍ଟି ତାଙ୍କୁ ଟାର୍ଗେଟ କରିଥିଲା। ରାହୁଲଙ୍କ ଟି-ସାର୍ଟର ମୂଲ୍ୟ ୪୧,୦୦୦ ଟଙ୍କା ବୋଲି ଦର୍ଶାଇ ଟ୍ୱିଟରରେ ବିଜେପି ତାଙ୍କ ଫଟୋ ସେୟାର କରିଥିଲା। ବିଜେପିର ଏଭଳି ଦାବି ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ, ବିଜେପିକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ୧୦ଲକ୍ଷ ମୂଲ୍ୟର ସୁଟ୍ ପିନ୍ଧୁଥିବା ଦାବି କରିଥିଲା।

ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ତାଙ୍କ ମଫଲରର ମୂଲ୍ୟ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ଅମିତ ଶାହାଙ୍କ ମଫଲରର ମୂଲ୍ୟ ୮୦,୦୦୦ ଟଙ୍କା। ଖାଲି ସେତିକି ନୁହେଁ ବିଜେପି ନେତାମାନେ ମଧ୍ୟ କିଛି କମ ନୁହନ୍ତି। ସେମାନେ ୨.୫ ଲକ୍ଷ ମୂଲ୍ୟର ଚଷମା ପିନ୍ଧନ୍ତି।

ଅଶୋକ ଗେହଲଟ୍ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାର ଲୋକପ୍ରିୟତା ଦେଖି ବିଜେପି ନେତାମାନେ ଚିନ୍ତିତ ଅଛନ୍ତି। ସହିପାରୁ ନାହାନ୍ତି । ତାଙ୍କ ପାଖରେ କହିବାକୁ କିଛି ନାହିଁ ବୋଲି ସେମାନେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ବିଷୟରେ କହିବା ଆରମ୍ଭ କରିଛନ୍ତି। ରାହୁଲଙ୍କୁ କହିବା ପୂର୍ବରୁ ପ୍ରଥମେ ନିଜକୁ ଦେଖିବା ଉଚିତ୍। ବିଜେପି ନେତାମାନେ ନିଜେ ୨.୫ ଲକ୍ଷ ମୂଲ୍ୟର ଚଷମା ପିନ୍ଧନ୍ତି। ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଫଲରର ମୂଲ୍ୟ ୮୦,୦୦୦ ଟଙ୍କା।

ସେ ଆହୁରି କହିଛନ୍ତି, ବିଜେପି ଟି-ସାର୍ଟକୁ ନେଇ ଏଥିପାଇଁ ରାଜନୀତି କରୁଛି କାରଣ ଭାରତ ଯୋଡୋ ଯାତ୍ରକୁ ସାଧାରଣ ଲୋକଙ୍କ ସମର୍ଥନ ମିଳିବା ଆରମ୍ଭ ହୋଇଛି। ଏହି ସମର୍ଥନ ଦେଖି ବିଜେପି ଏବେ ଚିନ୍ତିତ। ସମସ୍ତ ବିଜେପି ନେତା ସେମାନଙ୍କ କାମ ଛାଡି ଏବେ ରାହୁଲ ଗାନ୍ଧୀଙ୍କ ପଛରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର