ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କାଗାନ୍ଧିଙ୍କଠାରୁ ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ) ସୁରକ୍ଷା ହଟାଯିବାକୁ ନେଇ କଂଗ୍ରେସ ଆଜି ଲୋକସଭାରେ ପ୍ରବଳ ବିରୋଧ କରିଛି । ରାଜନୈତିକ ପ୍ରତିଶୋଧ ନେବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ଏମପି ମନୀଷ ତିଓ୍ଵାରୀ କହିଛନ୍ତି ।
ତେବେ ଏହାର ଜବାବରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହିତ ସରକାରୀ ବାସଭବନରେ ରହୁଥିବା ପରିବାରବର୍ଗଙ୍କ ପାଇଁ ଗଠନ କରାଯାଇଥିଲା । ‘ସ୍ପେଶାଲ’ ଅର୍ଥ କେବଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ବୁଝାଉଛି ବୋଲି ସେ କହିଛନ୍ତି ।
ଲେକସଭାରେ ଆଜି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ସଂଶୋଧନ) ବିଲ ୨୦୧୯ ଆଗତ ହୋଇଛି । ଏହି ବିଲ ସଂପର୍କରେ ଆଲୋଚନା ବେଳେ ଶାହା ଏକଥା କହିଛନ୍ତି । ସେ କହିଛନ୍ତି ଯେ ସରକାରୀ ବାସଭବନରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କୁ ୫ ବର୍ଷ ପାଇଁ ଏସପିଜି ସୁରକ୍ଷା ଯୋଗାଇ ଦିଆଯିବ ।
କେନ୍ଦ୍ର ସରକାର କିଛି ଦିନ ତଳେ ଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କାଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ହଟାଇ ଜେଡ ପ୍ଲସ ସୁରକ୍ଷା ଦେଇଥିଲେ ।