ୱାଏନାଡ: ଜୁଲାଇ ୨୩ରେ କେରଳକୁ ସତର୍କ କରିଥିଲୁ। ଏନଡିଆରଏଫ ଟିମ୍ ବି ପଠାଇଥିଲୁ। ଏସବୁ ସତ୍ତ୍ବେ ବି ଏତେ ଲୋକଙ୍କ ଜୀବନ ଚାଲିଗଲା। କେରଳରେ ହୋଇଥିବା ଭୂସ୍ଖଳନକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଭଳି କହିଥିବା ଜଣାପଡ଼ିଛି। ଜୁଲାଇ ୨୩ରେ ସତର୍କ କରାଯିବା ସହ ୨୪ ଓ ୨୫ ତାରିଖରେ ବି କେରଳ ସରକାରଙ୍କୁ ସତର୍କ କରାଯାଇଥିବା କହିଛନ୍ତି ଶାହ।
#WATCH | Delhi: Union Home Minister Amit Shah says, "My condolences to the bereaved families... I want to clarify something for the country... They kept on talking about early warning. I want to clarify that on July 23, the government of India gave an early warning to the… pic.twitter.com/pyi8WCFPq2
— ANI (@ANI) July 31, 2024
ତାଙ୍କ କହିବା ମୁତାବକ, "୨୦୧୪ମସିହାରୁ ଆଗୁଆ ଚେତାବନୀ ପ୍ରଣାଳୀର ବିକାଶ ପାଇଁ କେନ୍ଦ୍ର ୨ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଘଟଣାର ସାତ ଦିନ ପୂର୍ବରୁ ଜୁଲାଇ ୨୩ରେ କେନ୍ଦ୍ର, କେରଳ ସରକାରଙ୍କୁ ସତର୍କ କରାଇଥିଲା ଏବଂ ପରେ ଜୁଲାଇ ୨୪ ଓ ୨୫ରେ ମଧ୍ୟ କେରଳ ସରକାରଙ୍କୁ ପାଣିପାଗର ଅପଡେଟ ଦିଆଯାଇଥିଲା । ଆମେ ସେମାନଙ୍କୁ ପୁନର୍ବାର ୨୬ ଜୁଲାଇରେ ସତର୍କ କରାଇ କହିଥିଲୁ ଯେ, କେରଳର ଅନେକ ସ୍ଥାନରେ ୨୦ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ଏବଂ ଭୂସ୍ଖଳନ ହେବାର ସମ୍ଭାବନା ଅଧିକ ଅଛି। ଭୂସ୍ଖଳନ ଆଶଙ୍କା ଥିବାରୁ ମୁଁ ଏନଡିଆରଏଫ ଟିମକୁ କେରଳ ପଠାଇଥିଲି। ଏହା ପରେ କେରଳ ସରକାର କ’ଣ କଲେ? ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ କି? ଯଦି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ତେବେ ଏତେ ଲୋକଙ୍କ ଜୀବନ ଗଲା କେମିତି? ମୁଁ ଏଭଳି ସ୍ଥିତିରେ କାହାକୁ ଦୋଷାରୋପ କରିବାକୁ ଚାହୁନାହିଁ। ଆମ ସମସ୍ତଙ୍କୁ ଏବେ ଏକାଠୀ ହୋଇ କେରଳ ସହ ଛିଡା ହେବାର ସମୟ ଆସିଛି। "