କାଶ୍ମୀରରେ ଥିବା ୧୦ କୁଖ୍ୟାତ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କଲେ ଅମିତ ଶାହା, ଖୋଜି ଖୋଜି ନିପାତ କରାଯିବ

ନୂଆଦିଲ୍ଲୀ : କେନ୍ଦ୍ରରେ ଅମିତ ଶାହା ଗୃହମନ୍ତ୍ରୀଭାବେ ଶପଥ ନେବାପରେ ଜାମ୍ମୁ ଓ କାଶ୍ମୀର ଆତଙ୍କବାଦୀମାନଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହେବା ଆଶା କରାଯାଉଥିଲା । ଠିକ ଏହିଭଳି ଯୋଜନାବଦ୍ଧଭାବେ କାମ ଆରମ୍ଭ କରିଦେଇଛନ୍ତି ଅମିତ ଶାହା । ମିିଳିଥିବା ସୂଚନା ମୁତାବକ ସେ କାଶ୍ମୀର ଉପତ୍ୟାତା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଏଠାରେ ସକ୍ରିୟ ଥିବା ୧୦ ଜଣ ଟପ୍‌ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ସେ ପ୍ରସ୍ତୁତ କରିଛନ୍ତି । ଏହି ତାଲିକାରେ ଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରିଆଜ ନାଇକୋ, ଲସ୍କର-ଇ-ତୋଇବାର ଡିଷ୍ଟ୍ରିକ୍ଟ କମାଣ୍ଡର ଓ୍ଵାସିମ ଅହମ୍ମଦ ଓରଫ ଓସାମା ଓହିଜବୁଲର ଅସରଫ ମୌଲବୀ । ଏହି ତାଲିକାରେ ଥିବା ଆଉ କେତେକ ଆତଙ୍କବାଦୀ ହେଲେ ହିଜବୁଲର ମେହରାଜୁଦ୍ଦିନ, ଡଃ ସଇଫୁଲିଲା ମୀର, ହିଜବୁଲର ଅସ୍ରଫ ଉଲ ହକ, ଜୈସ-ଇ-ମହମ୍ମଦର ହାଫିଜ ଓମାର ଓ ଜାହିଦ ଶେଖ । ଏମାନଙ୍କୁ ଖୋଜି ଖୋଜି ନିପାତ କରାଯିବ । ଗତ ବର୍ଷ ମଧ୍ୟ ସେନା ପକ୍ଷରୁ କାଶ୍ମୀରର ଅନେକ ଆତଙ୍କୀ କମାଣ୍ଡରଙ୍କୁ ନିପାତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲା ବୁରହାନ ଓ୍ଵାନି ।

ସମ୍ବନ୍ଧିତ ଖବର