ନୂଆଦିଲ୍ଲୀ: ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ୟୁରୋପ ସଂଘ ଓ ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀ ଅପପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି ଶାହ। ଗାନ୍ଧୀନଗରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଯେତେବେଳେ ସଂସଦରେ ରାହୁଲ ଗାନ୍ଧୀ ଛିଡ଼ା ହୋଇ ଚାଷୀ ସୁରକ୍ଷା କଥା ଉଠାନ୍ତି ସେତେବେଳେ ମତେ ବହୁତ ହସ ଲାଗେ। ଦେଶକୁ ଭ୍ରମିତ କରିବାରେ କଂଗ୍ରେସ ଦଳର ଅନେକ ଇତିହାସ ରହିଛି। କିନ୍ତୁ ଏବେ ବାଣିଜ୍ୟ ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ମୁଁ ଦେଶର ସବୁ ଚାଷୀଭାଇମାନଙ୍କୁ ଆଶ୍ବସନା ଦେଇ କହିବାକୁ ଚାହୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ପ୍ରକାର ବାଣିଜ୍ୟ ଚୁକ୍ତିରେ ଚାଷ ଓ ଚାଷୀଙ୍କ ହିତକୁ ଗୁରୁତ୍ବ ଦେଇଛନ୍ତି, ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ।

Advertisment

 ଭିତ୍ତିହୀନ ରାହୁଲ ଗାନ୍ଧୀଙ୍କ ଅଭିଯୋଗ

ଶାହ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରି ଦୁଗ୍ଧ ଶିଳ୍ପକୁ ନଷ୍ଟ କରିଦେବା ଭଳି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଭିତ୍ତିହୀନ। ତାଙ୍କ କଥାରେ କୌଣସି ଦମ୍ ନାହିଁ। ସେ କେବଳ ଲୋକଙ୍କୁ ମିଛ କହି ଭ୍ରମିତ କରୁଛନ୍ତି। ଆମେ ଦୁଗ୍ଧ କ୍ଷେତ୍ରର ସମ୍ପ୍ରସାରଣ କରିଛୁ, ଏହାକୁ ଦୁର୍ବଳ କରିନାହୁଁ। ସମସ୍ତ ଚୁକ୍ତିନାମାରେ ଦୁଗ୍ଧ କ୍ଷେତ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ଶାହ କହିଛନ୍ତି।

ଆହୁରି ପଢନ୍ତୁ - Imran Khan Medical Treatment: ଜେଲରୁ ମୁକୁଳିବେ ଇମ୍ରାନ ଖାନ୍, ଚିକିତ୍ସା ପାଇଁ ହସ୍ପିଟାଲକୁ ହେବେ ସ୍ଥାନାନ୍ତର