ଅମିତ ଶାହାଙ୍କ ଘୋଷଣା: ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ୨୦୨୦ ମସିହା ଶେଷ ବେଳକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ତେବେ ନିର୍ବାଚନକୁ ନେଇ ବିଜେପିର ରୂପରେଖ କ‘ଣ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହା ଉପରେ ବିରାମ ଲଗାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା | ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ନୀତିଶ କୁମାରଙ୍କ ନେତୃତ୍ୱରେ ହିଁ ଲଢାଯିବ | ବିହାରର ବୈଶାଳୀରେ ସଂଶୋଧିତ ନାଗରିକତା ଆଇନ ସମର୍ଥନ ପାଇଁ ଆୟୋଜିତ ରାଲିରେ ଶାହା ଏହା କହିଛନ୍ତି | ଶାହା କହିଛନ୍ତି ଯେ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ ନା ଜେଡିୟୁ ସହ ଲଢ଼ିବ ତାହାକୁ ନେଇ ଯେଉଁ ସବୁ ଗୁଜବ ସୃଷ୍ଟି ହୋଇଛି ସେଥିରେ ବିରାମ ଲଗାଇବାକୁ ଚାଁହୁଛି | ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ନୀତିଶ କୁମାରଙ୍କ ନେତୃତ୍ୱରେ ହିଁ ନିର୍ବାଚନ ଲଢ଼ିବ |

image– live hindustan

ଏହି ରାଲିରେ ଆଜି ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଲାଲୁ ପ୍ରସାଦଙ୍କ ଉପରେ ବର୍ଷିଥିଲେ | ସେ କହିଥିଲେ ଯେ ଏହି ଦୁଇ ନେତା ସଂଶୋଧିତ ନାଗରିକତା ଆଇନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ | ଯେହେତୁ ବିରୋଧୀ ଦଳ ଏହି ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ସେଥିପାଇଁ ଏହି ମନ୍ଦ ଉଦ୍ଦେଶ୍ୟ ବାବଦରେ ଲୋକଙ୍କୁ ଜଣାଇବା ପାଇଁ ଏହି ରାଲି କରିବାର ଆବଶ୍ୟକତା ପଡିଲା |


ସେହିପରି ବୈଶାଳୀରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଶାହା ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ଦିନେ ଯେଉଁ ଲୋକମାନେ କିଛି ବର୍ଷ ତଳେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଭାରତ ବିରୋଧୀ ନାରା ଦେଉଥିଲେ ମୋଦୀ ସେମାନଙ୍କୁ ଜେଲ ପଠାଇଦେଇଥିଲେ | କିନ୍ତୁ କେଜ୍ରିୱାଲ ତାଙ୍କ ବିରୋଧରେ ମକଦ୍ଦମା ଆରମ୍ଭ କରିବାକୁ ମନା କରିଦେଇଥିଲେ |

ସମ୍ବନ୍ଧିତ ଖବର