ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରୢାଲି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଶାହ କହିଛନ୍ତି, ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇ ଗୋଷ୍ଠୀର ବିଚାରଧାରା ତଥା ଦେଶଭକ୍ତ ଏବଂ ଶାହିନ ବାଗ୍ ସମର୍ଥକଙ୍କ ମଧ୍ୟରେ ଲଢ଼େଇ ହେବ। ଶାହ କହିଛନ୍ତି ଦିଲ୍ଲୀ ନିର୍ବାଚନ ଦୁଇ ଶିବିର ମଧ୍ୟରେ ହେବ । ଗୋଟିଏ ପାର୍ଶ୍ବରେ ରାହୁଲ, କେଜ୍ରିୱାଲ୍ ଓ ତାଙ୍କ ସମର୍ଥକ ଏବଂ ଅନ୍ୟ ପାର୍ଶ୍ବରେ ମୋଦୀଙ୍କ ନେତୃତ୍ବାଧୀନ ଦେଶଭକ୍ତ ରହିବେ। ଶାହ ଆପ୍ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ ମିଛ କହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁମ୍ଭ ମେଳା ସମୟରେ ଯମୁନାରେ ବୁଡ଼ ପକାଇଛନ୍ତି। ଏବେ କେଜ୍ରିୱାଲ୍ ଯମୁନାରେ ସ୍ନାନ କରନ୍ତୁ ବୋଲି ଶାହ ଚ୍ୟାଲେଂଜ କରିଛନ୍ତି।
ଦେଶଭକ୍ତ ଏବଂ ଶାହିନ ବାଗ୍ ସମର୍ଥକଙ୍କ ମଧ୍ୟରେ ଲଢ଼େଇ ହେବ, ଅମିତ ଶାହ
/sambad/media/post_attachments/wp-content/uploads/2019/06/amit-saha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)