ଲୋକସଭାରେ ବିତର୍କ ବେଳେ ଛାତି ବାଡେଇ ବିରୋଧୀଙ୍କୁ ଜବାବ ଦେଇ ଗୃହମନ୍ତ୍ରୀ କହିଲେ ‘କାଶ୍ମୀର ପାଇଁ ଜୀବନ ଦେଇଦେବି ।

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଲୋକସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅନ୍ୟପଟେ କଂଗ୍ରେସ ଏହି ବିଲକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ଜମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମର ଅବଦୁଲ୍ଲାଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ସରକାର ଜେଲ୍ କରିଦେଇଛନ୍ତି ବୋଲି କଂଗ୍ରେସ କହିଛି ।

ଅନ୍ୟପଟେ ଲୋକସଭାରେ କଂଗ୍ରେସ ସଦସ୍ୟଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ସେହିପରି ପିଓକେ ମଧ୍ୟ ଭାରତର ଅଭିନ୍ନ ଅଙ୍ଗ । କାଶ୍ମୀର ଦାୟିତ୍ୱ ଆମର, ଆବଶ୍ୟକ ପଡିଲେ କାଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଶାହ ଆହୁରି ମଧ୍ୟ କହିଛନ୍ତି, ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନ ଗଠନ ହେବ, ଏହାକୁ କେହି ରୋକିପାରିବେନି । ଜମ୍ମୁ-କାଶ୍ମୀର ମଧ୍ୟରେ ପିଓକେ ଆସୁଛି । ତେବେ ଆଜିର ପ୍ରସ୍ତାବ ଏବଂ ବିଲ୍ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବାକୁ ଯାଉଛି । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ଅମିତ ଶାହ । ଏହା ସହ ସେ କହିଛନ୍ତି ଜମ୍ମୁ-କାଶ୍ମୀରକୁ ନେଇ କୌଣସି ବିବାଦ ନାହିଁ ।

 

ସମ୍ବନ୍ଧିତ ଖବର