ନୂଆଦିଲ୍ଲୀ:୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଟିକେଟ୍‌ କାହିଁକି କାଟି ଦିଆଗଲା ଓ ସେ କାହିଁକି ଲୋକସଭା ନିର୍ବାଚନ ଲଢିଲେ ସେହି ପ୍ରସଙ୍ଗରେ ଏବେ ମୁହଁ ଖୋଲିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅମିତ ଶାହ କହିଛନ୍ତି ଯେ ୭୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକେଟ୍‌ ନ ଦେବା ଲାଗି ପାର୍ଟି ନିଷ୍ପତ୍ତି ନେଇଛି। ଏହି କାରଣରୁ ଆଡଭାନୀଜୀ ଓ ଯୋଶୀଜୀ ଙ୍କୁ ପ୍ରାର୍ଥୀ କରାଗଲା ନାହିଁ।

Advertisment

publive-image photo-navbharattimes

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୫ ବର୍ଷ ଧରି ବିଧାୟକ ଥିଲେ, ତା’ପରେ ରାଜ୍ୟସଭା ସଦସ୍ୟଭାବେ ସଂସଦକୁ ଆସିଥିଲେ। ସେ ପ୍ରତ୍ୟକ୍ଷ ନିର୍ବାଚନ ଲଢି ସଂସଦକୁ ଆସିବାକୁ ଚାହୁଁଥିବାରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।  ମୋଦୀ ସରକାର କ୍ଷମତାକୁ ଆସିଲେ, ସେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ଏ ସଂପର୍କରେ ଅମିତ ଶାହ କହିଛନ୍ତି ଯେ ମନ୍ତ୍ରୀ ହେବାକୁ ଚାହୁଁଥିଲେ ତ ସେ ରାଜ୍ୟସଭା ସଦସ୍ୟ ହେବା ପରେ ତାହା ସମ୍ଭବ ହୋଇପାରିଥାଆନ୍ତା।