ଜୁନ୍ ୧ରୁ ‘ସିଏପିଏଫ୍’ କ୍ୟାଣ୍ଟିନ୍‌ରେ ବିକ୍ରି ହେବ କେବଳ ସ୍ବଦେଶୀ ଜିନିଷ: ଅମିତ ଶାହା

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମସ୍ତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସେସ୍ (ସିଏପିଏଫ୍) କ୍ୟାଣ୍ଟିନ୍‌ରେ ଏବେ କେବଳ ସ୍ବଦେଶୀ ଜିନିଷ ବିକ୍ରୟ ହେବ। ଟୁଇଟ୍ କରି ଶାହା କହିଛନ୍ତି ଯେ ୨୦୨୦ ଜୁନ୍ ୧ ତାରିଖ ଠାରୁ ଦେଶରେ ଥିବା ସମସ୍ତ ‘ସିଏପିଏଫ୍’ କ୍ୟାଣ୍ଟିନ୍‌ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ।

ସେ ଆହୁରି କହିଛନ୍ତି ଯେ ଏଥିଯୋଗୁଁ ପ୍ରାୟ ୧୦ ଲକ୍ଷ ‘ସିଏପିଏଫ୍’ କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ସଦସ୍ୟଙ୍କୁ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବେ।

ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଆଞ୍ଚଳିକ ସାମଗ୍ରୀ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶବାସୀଙ୍କୁ କହିବା ପରଦିନ ଗୃହମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି।

ଏଥିସହ ଶାହା ସାଧାରଣ ଜନତାଙ୍କୁ କହିଛନ୍ତି କି, ସେମାନେ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଅନୁସରଣ କରି ଦେଶରେ ତିଆରି ହୋଇଥିବା ଅଧିକାଂଶ ସାମଗ୍ରୀ ବ୍ୟବହାର କରନ୍ତୁ।

ଗତକାଲିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ବଦେଶୀ ସାମଗ୍ରୀ ଉପରେ ଖୁବ୍ ଗୁରତ୍ବ ଦେଇଥିଲେ। ସେ କହିଥିଲେ ସଙ୍କଟ ସମୟରେ ସ୍ଥାନୀୟ ସାମଗ୍ରୀ ଆମ ଚାହିଦା ମେଣ୍ଟାଇ ଆମକୁ ରକ୍ଷା କରିଛି।

ସମ୍ବନ୍ଧିତ ଖବର