କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା: ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍(ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚବିହାରରେ ଏକ ରାଲିକୁ ସମ୍ବୋଧିତ କରି ଶାହା ଏହି ବଡ଼ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି ।

ଅମିତ ଶାହା କହିଛନ୍ତି, ଟିକାକରଣ ଏବଂ କରୋନା ଭଳି ମହାମାରୀର ପ୍ରଭାବ ଶେଷ ହେବା ପରେ ସିଏଏକୁ ଲାଗୁ କରାଯିବ । ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ କହିଛନ୍ତି । ଏଥିସହ ସିଏଏ ଲାଗୁ କରିବା ପୂର୍ବରୁ କରୋନା ଚାଲିଆସିଲା । ଏହିି କାରଣରୁ ସରକାର ସିଏଏ ଲାଗୁ କରିପାରି ନଥିଲେ । ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ ।

Image result for Amit Shah says CAA will be implemented soon after Covid-19 vaccination drive ends
UNITED NEWS OF INDIA

ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏକୁ ନେଇ ଦିଦି ମିଛ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଆମେ ଯାହା କହୁ ତା କରି ଦେଖାଉ । ମମତା ବାନାର୍ଜୀ ବି ଏହାକୁ ବିରୋଧ କରିପାରିବେନି । କାରଣ ଆସନ୍ତା ନିର୍ବାଚନ ପରେ ସେ ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ନ ଥିବେ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ପଶ୍ଚିମବଙ୍ଗରେ ଶାସନ ଡୋରି ହାତେଇବାକୁ ବିଜେପି ଏଥର ଜୋରଦାର କସରତ କରୁଛି । ଯେଉଁ କାରଣରୁ ମମତାଙ୍କୁ ଟାର୍ଗେଟ କରି ଶାହା ଆଜି ଏହି ବଡ଼ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର