ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଛଅ ମାସ ପାଇଁ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାକୁ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବୈଧାନିକ ପ୍ରସ୍ତାବନା ଆଗତ କରିଛନ୍ତି।
ପ୍ରସ୍ତାବନା ଆଗତ କରି ସେ କହିଲେ, ଜମ୍ମୁ ଓ କଶ୍ମୀରରେ ବିଧାନସଭା ଭାଙ୍ଗି ଯାଇଛି ଏବଂ ବର୍ଷର ଶେଷ ଭାଗ ଆଡ଼କୁ ନିର୍ବାଚନ କରାଇବାକୁ ନିର୍ବାଚନ କମିସନ ସ୍ଥିର କରିଥିବା ହେତୁ ୨୦୧୯ ମସିହା ଜୁଲାଇ ୩ ତାରିଖ ଠାରୁ ଆଉ ଛଅ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି ହେବା ଅତ୍ୟାବଶ୍ୟକ।
Image Source: Hindustan Timesସେ କହିଛନ୍ତି, ରାଜ୍ୟପାଳ ଶାସନ ଓ ପରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ସରକାର ଆତଙ୍କବାଦର ମୂଳଦୁଆକୁ ଆଘାତ ଦେଇଛି। ଅତୀତରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନରେ ରାଜ୍ୟବାସୀ ରକ୍ତପାତ ଦେଖିଛନ୍ତ, କିନ୍ତୁ ଏବେ ପରିସ୍ଥିତି ବଦଳିଛି।
ପ୍ରସ୍ତାବନାକୁ ସମର୍ଥନ କରିବାକୁ ଦଳୀୟ ମତରୁ ଊର୍ଦ୍ଧ୍ୱକୁ ଉଠିବାକୁ ସେ ସାଂସଦମାନଙ୍କୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପାଳିରେ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଏହା ହେଉଛି ଲୋକସଭାରେ ଅମିତ ଶାହାଙ୍କ ପ୍ରଥମ ପ୍ରସ୍ତାବନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Amit_Shah-1.jpg)