ବାଜପେୟୀ ରହୁଥିବା ସରକାରୀ ବାସଭବନକୁ ଆସିଲେ ଅମିତ ଶାହା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାରଦିନ ସ୍ଥାନୀୟ ୬ଏ-କୃଷ୍ଣ ମେନନ ମାର୍ଗ ସ୍ଥିତ ସରକାରୀ ବାସଭବନକୁ ଆସିଛନ୍ତି । ଏହି କ୍ୱାର୍ଟରର ବିଶେଷତ୍ୱ ହେଲା ଯେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାସଭବନ ଥିଲା । ତେବେ ଗତ ବର୍ଷ ତାଙ୍କର ପରଲୋକ ହେବା ପରେ ତାଙ୍କ ପରିବାର ଏହି କ୍ୱାର୍ଟର ଛାଡିଦେଇଥିଲେ । ଶାହାଙ୍କ ପୂର୍ବ ୧୧, ଆକବର ରୋଡ ବାସଭବନରେ ଏବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରହିବେ । ବାଜପେୟୀ ୨୦୦୪ରେ ନିର୍ବାଚନରେ ପରାଜୟ ପରେ ଏହି କ୍ୱାର୍ଟରକୁ ଆସିଥିଲେ ଓ ମୃତ୍ୟୁପର୍ଯ୍ୟନ୍ତ ସେଠାରେ ରହୁଥିଲେ ।

ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ନିଷ୍ପତ୍ତି ନେଇଥିଲେ ଯେ କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବଙ୍ଗଳାକୁ ରାଷ୍ଟ୍ରୀୟ ସ୍ମାରକରେ ପରିଣତ କରାଯିବ ନାହିଁ । ଗତ ବର୍ଷ ବାଜପେୟୀଙ୍କ ପରଲୋକ ପରେ ସରକାର ତାଙ୍କ ସ୍ମୃତି ଉଦ୍ଦେଶ୍ୟର ସଦୈବ ଅଟଳ ସ୍ମାରକ ନିର୍ମାଣ କରିଛନ୍ତି ।

ସମ୍ବନ୍ଧିତ ଖବର