ପ୍ରିୟଙ୍କା ମୋଦୀଙ୍କୁ ‘ଦୁର୍ଯ୍ୟୋଧନ’ଙ୍କ ସହ ତୁଳନା କରିବା ପରେ ଅମିତ୍‌ ଶାହା କହିଲେ; ମେ ୨୩ରେ କିଏ ‘ଅର୍ଜୁନ’ କିଏ ‘ଦୁର୍ଯ୍ୟୋଧନ’ ଜଣା ପଡ଼ିଯିବ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହରିୟାଣାର ଏକ ରାଲିରେ ନିଜର ଅଭିଭାଷଣ ରଖିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାଭାରତ ଯୁଗର ଦୁର୍ଯ୍ୟୋଧନଙ୍କ ସହ ତୁଳନା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରିୟଙ୍କାଙ୍କ ବାପା ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ‘ଭ୍ରଷ୍ଟାଚାରୀ ନମ୍ବର-୧’ କହିବା ପ୍ରସଂଗରେ ନିଜ କ୍ଷୋଭ ପ୍ରକାଶ କରି ପ୍ରିୟଙ୍କା ମୋଦୀଙ୍କୁ ଦୁର୍ଯ୍ୟୋଧନଙ୍କ ପରି ଅହଂକାରୀ ବୋଲି କହିଥିଲେ ।

ତେବେ ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା । ପ୍ରିୟଙ୍କାଙ୍କ ‘ଦୁର୍ଯ୍ୟୋଧନ’ ଆଖ୍ୟାକୁ ନେଇ ଅମିତ ଶାହା କହିଛନ୍ତି, ପ୍ରିୟଙ୍କାଜୀ  ଏହା ଗଣତନ୍ତ୍ର । ଆପଣଙ୍କ କହିବା ଅନୁସାରେ କେହି ‘ଦୁର୍ଯ୍ୟୋଧନ’ ହୋଇଯିବେ ନାହିଁ । ମେ ୨୩ରେ କିଏ ‘ଅର୍ଜୁନ’ ଏବଂ କିଏ ‘ଦୁର୍ଯ୍ୟୋଧନ’ ତାହା ଜଣା ପଡ଼ିଯିବ ।

ସମ୍ବନ୍ଧିତ ଖବର