ମାଓ ଆକ୍ରମଣରେ ଛତିଶଗଡ଼ ବିଜେପି ବିଧାୟକଙ୍କ ମୃତ୍ୟୁ ମାମଲା : ରାଜନୈତିକ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଅମିତ ଶାହା

ରାୟପୁର : କିଛି ଦିନ ତଳେ ଛତିଶଗଡ଼ର ଦାନ୍ତେଓ୍ବାଡାଠାରେ ମାଓବାଦୀଙ୍କ ବୋମା ବିସ୍ଫୋରଣରେ ବିଜେପି ବିଧାୟକ ଭୀମା ମାଣ୍ଡାଭୀଙ୍କ ପରଲୋକ ହୋଇଥିଲା । କିନ୍ତୁ ଆଜି ଏହି ମାମଲାରେ ଏକ ସାଙ୍ଘାତିକ ଆରୋପ ଲଗାଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ସେ କହିଛନ୍ତି ଯେ ଏହି ଘଟଣା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି । ଏହା ସହିତ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଗତ ମଙ୍ଗଳବାରଦିନ ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ହୋଇଥିଲେ । ଏହା ସହିତ ତାଙ୍କ ସହିତ ଥିବା ୪ ଜଣ ଯବାନ ସହିଦ ହୋଇଥିଲେ । ବିଧାୟକ ଭୀମା ମଣ୍ଡାଭୀଙ୍କ ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା ।

ସମ୍ବନ୍ଧିତ ଖବର