ଜେଏନ୍‌ୟୁ ହିଂସା ପରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଉପରାଜ୍ୟପାଳଙ୍କୁ ଭେଟିଲେ ଜେଏନ୍‌ୟୁ ଭିସି, ପ୍ରୋକ୍ଟର, ରେଜିଷ୍ଟ୍ରାର

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ୍‌ଙ୍କ ସହ‌ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଶାହ ବୈଜଲ୍‌ଙ୍କୁ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ପ୍ରତିନିଧିମାନଙ୍କ ସହ କଥା ହେବାପାଇଁ କହିଛନ୍ତି। ଗତକାଲି ମଧ୍ୟ ଶାହ ଦିଲ୍ଲୀ ପୁଲିସ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ସହ କଥା ହୋଇ ଉକ୍ତ ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଦିଲ୍ଲୀ ପୁଲିସଠାରୁ ଏ ସଂକ୍ରାନ୍ତରେ ରିପୋର୍ଟ ମଗାଯାଇଛି। ଜେଏନ୍‌ୟୁ ପରିସରରେ ଗତକାଲି ହୋଇଥିବା ଆକ୍ରମଣରେ ପ୍ରାୟ ୩୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଆଜି ମୁକ୍ତ ହୋଇଛନ୍ତି। ତେବେ ଶାହଙ୍କ ଫୋନ୍‌ କଲ୍‌ ପରେ ଆଜି ଜେଏନ୍‌ୟୁ ରେଜିଷ୍ଟ୍ରାର, ପ୍ରୋକ୍ଟର, ଭିସି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି।

ସମ୍ବନ୍ଧିତ ଖବର