ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ସବୁ କଥା ଅଖିଳେଶ ଯାଦବଙ୍କ ଅଧୀନରେ ରହିଥାନ୍ତା ତେବେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଉତ୍ତରପ୍ରଦେଶର ସମସ୍ତ ଆସନରେ ପ୍ରାର୍ଥୀ କରିଦେଇଥାନ୍ତେ | ଆଜି ଉତ୍ତରପ୍ରଦେଶରର ଏଟାଠାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ଅମିତ ଶାହା କହିଛନ୍ତି ଯେ ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ସମାପ୍ତ ହେବା ପରେ ମଧ୍ୟ ଇଣ୍ଡିଆ ଆଲାଏନ୍ସ ଗୋଟିଏ ବି ଆସନ ଜିତିବାର ଦେଖିବାକୁ ମିଳୁନାହିଁ।

Advertisment

ଅମିତ ଶାହା ଏସପି ମୁଖ୍ୟଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଅଖିଳେଶ ନିଜେ କନୌଜରୁ ଏବଂ ଡିମପଲ ଯାଦବ ମେନ୍ପୁରୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ବ୍ୟତୀତ ଅଖିଳେଶଙ୍କ ଭଣଜା ଅକ୍ଷୟ ଯାଦବ ଫିରୋଜାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆଦିତ୍ୟ ଯାଦବ ବଦାଉଁ ଏବଂ ଆଜମଗଡରୁ ଧର୍ମେନ୍ଦ୍ର ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯଦି ସବୁକିଛି ଅଖିଳେଶ କରିପାରୁଥାନ୍ତେ, ତେବେ ସେ ଉତ୍ତରପ୍ରଦେଶର ସମସ୍ତ ଆସନରେ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିଥାନ୍ତେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାଜବାଦୀ ପାର୍ଟି ସରକାରରେ ଗୁଣ୍ଡାମାନେ ଲୋକଙ୍କୁ ହଇରାଣ କରୁଥିଲେ। କିନ୍ତୁ ଏବେ ଯୋଗୀ ସରକାର ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିଛନ୍ତି |