ପୂର୍ବ ଭାରତର ବିକାଶକୁ ଗୁରୁତ୍ୱ ଦେଇନି କଂଗ୍ରେସ: ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି | ଶାହା କହିଛନ୍ତି ଯେ ତ୍ରୟୋଦଶ ଅର୍ଥ କମିଶନରେ କଂଗ୍ରେସ ସରକାର ପୂର୍ବ ଭାରତର ବିକାଶ ପାଇଁ ୮୭ ହଜାର କୋଟି ଟଙ୍କା ଦେଇଥିଲା | କିନ୍ତୁ ମୋଦୀ ସରକାର ଏହାକୁ ବୃଦ୍ଧି କରି ପୂର୍ବ ଭାରତର ବିକାଶ ପାଇଁ ୩ଲକ୍ଷ ୧୩ ହଜାର ୩୭୫ କୋଟି ଟଙ୍କା ଦେଇଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି ପୂର୍ବ ଭାରତର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ତାହା ହିଁ ଏହା ପ୍ରମାଣ କରୁଛି | ସେହିପରି ଶାହା କହିଛନ୍ତି ଯେ ପାକିସ୍ତାନ, ବାଂଲାଦେଶ, ମରକ୍କୋ, ଇଣ୍ଡୋନେସିଆ ସହ ୧୯ଟି ଦେଶ ୧୯୨୨ ମସିହାରୁ ୧୯୬୩ ମସିହା ମଧ୍ୟରେ ଟ୍ରିପଲ ତଲାକ ବ୍ୟବସ୍ଥାକୁ ଉଛେଦ କରିଦେଇଥିଲେ |

Business Today

ଏମାନଙ୍କ ମଧ୍ୟରୁ ପ୍ରାୟ ମୁସଲିମବହୁଳ ଦେଶ ଥିଲେ ବି ଏହି ପଦକ୍ଷେପ ନେଇଥିଲେ | କିନ୍ତୁ କଂଗ୍ରେସ ନିଜର ତୁଷ୍ଟିକରଣ ରାଜନୀତି ପାଇଁ ଏହି ବ୍ୟବସ୍ଥାକୁ ଉଛେଦ କରିବାକୁ ପ୍ରୟାସ କରିନଥିଲା | ସେହିପରି କଂଗ୍ରେସ ଓ ଅନ୍ୟ କିଛି ଦଳର ତୁଷ୍ଟିକରଣ ରାଜନୀତି ପାଇଁ ଗଣତନ୍ତ୍ର ଓ ସମାଜ ଉପରେ ଏହାର ପ୍ରଭାବ ପଡିଛି |

ସମ୍ବନ୍ଧିତ ଖବର