ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ ଘୋଷଣା ହୋଇଥିବା ବେଳେ ନିଜେ ରାହୁଲ ଗାନ୍ଧି ଜମ୍ମୁ-କଶ୍ମୀର ଯାଇ ଏନସି ନେତାମାନଙ୍କୁ ଭେଟିଛନ୍ତି । ଏବେ ଏହି ମେଣ୍ଟ କୁ ନେଇ  ଦେଶର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି ।

Advertisment

 ଅମିତ ଶାହା କହିଛନ୍ତି ଯେ କ୍ଷମତା ଲୋଭରେ ବାରମ୍ବାର ଦେଶର ଏକତା ଓ ନିରାପତ୍ତା ସହ ଖେଳୁଥିବା କଂଗ୍ରେସ ଦଳ ଜମ୍ମୁ-କଶ୍ମୀର ନିର୍ବାଚନରେ ଅବଦୁଲ୍ଲା ପରିବାରର ନ୍ୟାସନାଲ କନଫରେନ୍ସ ସହ ମେଣ୍ଟ କରି ପୁଣି ଥରେ ନିଜ ଉଦ୍ଦେଶ୍ୟକୁ ଦେଶ ସାମ୍ନାରେ ରଖିଛି।

ନ୍ୟାସନାଲ କନଫରେନ୍ସ ର ଇସ୍ତାହାରକୁ ନେଇ କଂଗ୍ରେସକୁ କଡା ପ୍ରଶ୍ନ ପଚାରିଛନ୍ତି ଅମିତ ଶାହା । ଏହି ମେଣ୍ଟ ଘୋଷଣା ପୂର୍ବରୁ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଦଳର ଇସ୍ତାହାର ଜାରି କରିଥିଲେ, ଯେଉଁଥିରେ ସେ ଧାରା ୩୭୦ ପୁଣି ଲାଗୁ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ନେଇ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ଶାହା ପ୍ରଶ୍ନ କରିଛନ୍ତି ଯେ ଧାରା ୩୭୦ ଏବଂ ଧାରା ୩୫ଏ ଫେରାଇ ଆଣି ଜମ୍ମୁ-କଶ୍ମୀରକୁ ପୁଣି ଅଶାନ୍ତି ଓ ଆତଙ୍କବାଦର ଯୁଗକୁ ଠେଲିଦେବା ପାଇଁ ନ୍ୟାସନାଲ କନଫରେନ୍ସର ନିଷ୍ପତ୍ତିକୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସମର୍ଥନ କରୁଛନ୍ତି କି? କଶ୍ମୀରର ଯୁବକଙ୍କ ପରିବର୍ତ୍ତେ ପାକିସ୍ତାନ ସହ ଆଲୋଚନା କରି ବିଚ୍ଛିନ୍ନତାବାଦକୁ ପୁନରୁଦ୍ଧାର କରିବାକୁ କଂଗ୍ରେସ ସମର୍ଥନ କରୁଛି କି?