ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ ଅମିତ ଶାହା: ମୋଦୀଙ୍କ ବାସଭବନରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ବୈଠକ ଜାରି

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ତାଙ୍କ ସହ ଶପଥ ନେବେ ମନ୍ତ୍ରିମଣ୍ଡଳ। ମିଳିଥିବା ସୂଚନା ଅନୁସାରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଗୁଜୁରାଟ ବିଜେପିର ମୁଖ୍ୟ ଏକଥା ସୂଚନା .ଦେଇଛନ୍ତି।

 ମୋଦୀଙ୍କ ବାସଭବନରେ ପହଞ୍ଚୁଛନ୍ତି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ। ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ଫଳାଫଳ ବାହାରିବା ପର ଠାରୁ ମନ୍ତ୍ରୀ ପଦକୁ ଆଜି ପର୍ଯ୍ୟନ୍ତ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣଙ୍କ ପରେ ଜଣେ ସାଂସଦଙ୍କୁ ଫୋନ୍ କଲ୍ ଯାଇଥିବା ବେଳେ ମନ୍ତ୍ରିମଣ୍ଡଳରେ କେଉଁ ନେତା ରହିବେ ତାହା, ପାଖାପାଖି ସ୍ପଷ୍ଟ ହୋଇଯାଇଛି ।

ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ  ନରେନ୍ଦ୍ର ମୋଦି ଆଲୋଚନା କରିବେ । ଅନ୍ୟପଟେ ଓଡିଶାର ଦୁଇ ନେତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଆସିଛି । ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ଡାକରା ମିଳିବା ପରେ ଓଡିଶାରୁ ଏହି ଦୁଇ ନେତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର