ଆସନ୍ତାକାଲି କୋଲକାତା ଗସ୍ତରେ ଯିବେ ଅମିତ ଶାହା, ସିଏଏ ସଂପର୍କରେ ଲୋକଙ୍କୁ ବୁଝାଇବେ

କୋଲକତା : ନିଜର ଓଡ଼ିଶା ଗସ୍ତ ପରେ ପଶ୍ଚିମବଙ୍ଗ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ରବିବାରଦିନ କୋଲକାତାର ଶହୀଦ ମିନାର ପଡ଼ିଆଠାରେ ଆୟୋଜିତ ଏକ ନାଗରିକତା ଆଇନ(ସିଏଏ) ସପକ୍ଷବାଦୀ ଜନସଭାରେ ଯୋଗ ଦେବେ । ଏହି ଅବସରରେ ସେ ଲୋକମାନଙ୍କୁ ସିଏଏକୁ ନେଇ ଉଠିଥିବା ବିଭ୍ରାନ୍ତି ଦୂର କରିବାକୁ ଉଦ୍ୟମ କରିବେ । ଏହି ର‍୍ୟାଲିରେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ର‍୍ୟାଲି ପରେ ଶାହା କୋଲକାତାର ରାଜରହାଟଠାରେ ଥିବା ଏନଏସଜିର  ନୂଆ କୋଠାର ଉଦଘାଟନ କରିବେ । ନିଜର କୋଲକତା ଗସ୍ତକାଳରେ ସେ ପ୍ରସିଦ୍ଧ କାଳୀଘାଟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାରଦିନ ଭୁବନେଶ୍ୱରରେ ଅନୁଷ୍ଠିତ ସିଏଏ ସପକ୍ଷବାଦୀ ଜନସଭାରେ ଉଦବୋଧନ ଦେଇ ଶାହା କହିଥିଲେ ଯେ ବିରୋଧୀ ଦଳମାନେ ସିଏଏ ସମ୍ପର୍କରେ ବିଭ୍ରାନ୍ତି ସୃଷ୍ଟି କରି ଦେଶରେ ହିଂସା ସୃଷ୍ଟି କରୁଛନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ସିଏଏ କୌଣସି ସଂଖ୍ୟାଲଘୁଙ୍କର ନାଗରିକତା ନିଏନାହିଁ, ବରଂ ପଡ଼ୋଶୀ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ବିତାଡ଼ିତ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେଇଥାଏ ।

ସମ୍ବନ୍ଧିତ ଖବର