ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର କାଶ୍ମୀର ଯିବେ ଅମିତ ଶାହା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଜୁନ ୩୦ରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ | ଗୃହମନ୍ତ୍ରୀ ହେବା ପରେ ଶାହା ପ୍ରଥମ ଥର କାଶ୍ମୀର ଗସ୍ତରେ ଯିବେ | ଏହି ଗସ୍ତ ସମୟରେ ଶାହା କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ | ସେହିପରି ଅମରନାଥ ଗୁମ୍ଫା ଯାଇ ବାବା ବର୍ଫନିଙ୍କୁ ମଧ୍ୟ ଦର୍ଶନ କରିବେ |

ମିଳିଥିବା ସୂଚନା ମୁତାବକ ଅମିତ ଶାହା ଜୁନ ୩୦ରେ ଶ୍ରୀନଗର ଗସ୍ତରେ ଯାଇ ସେନା, ଜମ୍ମୁକାଶ୍ମୀର ପୁଲିସ, ସିଆରପିଏଫ ସହ ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ | ଏହି ଉଚ୍ଚ ସ୍ତରୀୟ ବୈଠକରେ ସେ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବେ |

ସେହିପରି ବିଜେପିର ଦଳୀୟ ନେତା ସୂଚନା ଦେଇଛନ୍ତି ଯେ ଏହି ବର୍ଷ ଶେଷ ଆଡକୁ ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ |ଯାହାକୁ ନେଇ ବିଜେପି ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହେବ | ଏହାର ମଧ୍ୟ ସମୀକ୍ଷା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ |

ସମ୍ବନ୍ଧିତ ଖବର