ଡିସେମ୍ବର ପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷ ରହିବେ ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷ ରହିବେ । ଦଳରେ ଆନୁଷ୍ଠାନିକ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଶାହ ବିଜେପି ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ଅମିତ ଶାହ ଆସନ୍ତାକାଲି ଦଳର ବରିଷ୍ଠ ନେତାମାନଙ୍କ ସହ ଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି। ଏଥିରେ ସବୁ ରାଜ୍ୟର ବିଜେପି ଅଧ୍ୟକ୍ଷ, ମନ୍ତ୍ରୀ ଏବଂ ରାଜ୍ୟ ପ୍ରଭାରୀମାନେ ଯୋଗ ଦେବେ। ବିଜେପିରେ ସାଂଗଠନିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ବୈଠକ ଡକାଯାଇଛି। ନିର୍ବାଚନ ତାରିଖ ଆସନ୍ତାକାଲି ବୈଠକରେ ହିଁ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ତେବେ ନିର୍ବାଚନ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଶାହ ବିଜେପି ଅଧ୍ୟକ୍ଷ ରହିବେ। ଆସନ୍ତା ୧୮ ତାରିଖରେ ମଧ୍ୟ ଶାହ ସାଧାରଣ ସଂପାଦକମାନଙ୍କ ସହ ବୈଠକ ଡାକିଛନ୍ତି।
ସୂଚନାନୁଯାୟୀ ବିଜେପି ସଂସଦୀୟ‌ ବୋର୍ଡ ଖୁବ୍‌ ଶୀଘ୍ର ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇପାରନ୍ତି। ୩ ଜଣ ବରି‌ଷ୍ଠ ବିଜେପି ଅଧିକାରୀଙ୍କୁ ‌ଏନେଇ ଯୋଗା‌ଯୋଗ କରାଯାଇଥିଲେ ସୁଦ୍ଧା ସେମାନେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଶାହ ୨୦୧୪ ଜୁଲାଇରେ ରାଜନାଥ ସିଂହଙ୍କଠାରୁ ବିଜେପି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ରାଜନାଥ ମୋଦୀ କ୍ୟାବିନେଟ୍‌ରେ ଯୋଗ ଦେବାପରେ ଶାହ ବିଜେପି ଅଧ୍ୟକ୍ଷ ହୋଇଥିଲେ।

ସମ୍ବନ୍ଧିତ ଖବର