ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ୮ ତାରିଖ ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ। ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବେ। ଏହାଛଡ଼ା ଅମିତ ଶାହା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ। ସେ ଅପରାହ୍ନ ୫ଟାରେ ମୋଦି@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।
/sambad/media/post_attachments/wp-content/uploads/2022/08/DHARMENDRA-PRADHAN-AT-CUTTACK-fff-750x430.jpg)
ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ରବିବାର ଦିନ କଟକ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ଓ ଇନଡୋର୍ ଷ୍ଟାଡିୟମ୍ ପରିଦର୍ଶନ କରିବା ସହ ବିଜେପିର ବରିଷ୍ଠ ନେତା ଓ କଟକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ହୋଇଛନ୍ତି। ସେଭଳି ଏକ ମୁହୂର୍ତ୍ତରେ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ଖବରକାଗଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଶ୍ରୀ ଶାହ ଯୋଗ ଦେବା ଓଡ଼ିଶାର ପ୍ରାସଙ୍ଗିକତାକୁ ଆହୁରି ବଢ଼ାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/download-6.jpg)