ରାଜ୍ୟସଭାରୁ ଇସ୍ତଫା ଦେଲେ: ଅମିତ ଶାହ, ରବିଶଙ୍କର ,କାନିମୋଝି

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଡିଏମ୍‌କେ ନେତ୍ରୀ କାନିମୋଝି ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହି ୩ ଜଣ ନେତା ଚଳିତ ଲୋକସଭା ନିର୍ବାଚନରେ ସାଂସଦ ନିର୍ବାଚିତ ହେବାପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରୁ ନିର୍ବାଚନ ଜିତିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଥମ ଥର ଲୋକସଭା ନିର୍ବାଚନ ଜିତିଛନ୍ତି। ରବି ଶଙ୍କର ପାଟନା ସାହେବରେ କଂଗ୍ରେସ ନେତା ଶତ୍ରୁ୍‌ଘ୍ନ ସିହ୍ନାଙ୍କୁ ପରାଜିତ କରିଛନ୍ତି। ଅନ୍ୟପକ୍ଷେ ଏମ୍‌ କରୁଣାନିଧିଙ୍କ ଝିଅ ତଥା ଡିଏମ୍‌କେ ନେତ୍ରୀ କାନିମୋଝି ତୁତିକୋରିନ୍‌ ଲୋକସଭା ଆସନରେ ବିଜେପି ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ନିର୍ବାଚନ ଜିତିବାପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର