କନ୍ୟାକୁମାରୀରେ ଘର ଘର ବୁଲି ଅମିତ ଶାହଙ୍କ ପ୍ରଚାର

ଚେନ୍ନାଇ: ଆସନ୍ତା ଏପ୍ରିଲ ୬ ତାରିଖରେ ଅନୁଷ୍ଠିତ ହେଉଥିବା ତାମିଲନାଡୁ ନିର୍ବାଚନ ପାଇଁ ପ୍ରଚାର ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ କନ୍ୟାକୁମାରୀରେ ପହଞ୍ଚିଥିଲେ। ପ୍ରଥମେ ସ୍ଥାନୀୟ ସଚୀନ୍ଦ୍ରମ୍‌ ମନ୍ଦିରରେ ଦର୍ଶନ ସାରି ସେ ଲୋକସଭା କ୍ଷେତ୍ର କନ୍ୟାକୁମାରୀ ଉପନିର୍ବାଚନର ଏନ୍‌ଡିଏ ପ୍ରାର୍ଥୀ ପନ୍ ରାଧାକୃଷ୍ଣନ୍‌ଙ୍କ ପାଇଁ ଘର ଘର ବୁଲି ପ୍ରଚାର ଆରମ୍ଭ କରିଥିଲେ। ବିଜେପିର ବିଜୟ ସଂକଳ୍ପ ମହାସମ୍ପର୍କ ଅଭିଯାନର ଅଂଶବିଶେଷ ସେ ଆଜି ୧୧ଟି ପରିବାରରେ ରାଧାକ୍ରିଷ୍ଣନ୍‌ଙ୍କ ବିଜୟ ପାଇଁ ନିବେଦନ କରିଥିଲେ। ସୂଚନା ଥାଉ କି, ଗତବର୍ଷ କୋଭିଡ୍‌ରେ ଆକ୍ରାନ୍ତ ହୋଇ କନ୍ୟାକୁମାରୀର କଂଗ୍ରେସ ସାଂସଦ ଏଚ୍‌ ବସନ୍ତ କୁମାରଙ୍କର ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ଏହି ଅବସରରେ ରାଜ୍ୟରେ ଏଆଇଏଡିଏମ୍‌କେ-ବିଜେପି-ପିଏମ୍‌କେ ମେଣ୍ଟ ବିଧାନସଭା ନିର୍ବାଚନ ଜିତିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର