ନୂଆଦିଲ୍ଲୀ: ଏନକାଉଣ୍ଟରରେ ଥରିଛି ଛତିଶଗଡର ଛାତି । ଜଙ୍ଗଲରେ ଶୁଭିଛି ଗୁଳିର ଗର୍ଜନ । ଆଉ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି ୨୬ ମାଓବାଦୀ । ଇଟାର ଜବାବ ପଥରରେ ଦେଇଛନ୍ତି ସୁରକ୍ଷା କର୍ମୀ । ଛତିଶଗଡର ୨ଟି ଅଲଗା ଅଲଗା ସ୍ଥାନରେ ଆଜି ମାଓବାଦୀଙ୍କ ଉପରେ ଗୁଳିବର୍ଷା କରିଛନ୍ତି ଯବାନ । ବିଜାପୁର ଏବଂ କାଙ୍କେରରେ ସୁରକ୍ଷାକର୍ମୀଙ୍କ ଅପରେସନରେ ନିପାତ ହୋଇଛନ୍ତି ୨୬ ନକ୍ସଲ । ଯାହା ନକ୍ସଲ ମୁକ୍ତ ଅଭିଯାନକୁ ଆହୁରି ବଳ ଦେଇଛି ।
/sambad/media/media_files/2025/03/20/vM7OJeZoBoHApAjmQnha.jpg)
ତେବେ ସୁରକ୍ଷା କର୍ମୀଙ୍କ ଏହି ସଫଳତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶାହା ଲେଖିଛନ୍ତି- ଆଜି ଆମ ଯବାନମାନେ ‘ନକ୍ସଲ ମୁକ୍ତ ଭାରତ ଅଭିଯାନ’ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଛତିଶଗଡର ବିଜାପୁର ଏବଂ କାଙ୍କେରରେ ଆମର ସୁରକ୍ଷା ବାହିନୀ ଦୁଇଟି ପୃଥକ ଅପରେସନରେ ୨୬ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ଯାହା ଆମ ପାଇଁ ବଡ କଥା । ମୋଦୀ ସରକାର ନକ୍ସଲଙ୍କ ବିରୁଦ୍ଧରେ ଏକ ନିର୍ଦ୍ଦୟ ଆଭିମୁଖ୍ୟ ସହ ନକ୍ସଲମାନଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି ।
‘नक्सलमुक्त भारत अभियान’ की दिशा में आज हमारे जवानों ने एक और बड़ी सफलता हासिल की है। छत्तीसगढ़ के बीजापुर और कांकेर में हमारे सुरक्षा बलों के 2 अलग-अलग ऑपरेशन्स में 22 नक्सली मारे गए।
— Amit Shah (@AmitShah) March 20, 2025
मोदी सरकार नक्सलियों के विरुद्ध रुथलेस अप्रोच से आगे बढ़ रही है और समर्पण से लेकर समावेशन की…
ତେବେ ଏଥିସହ ଏକ ବଡ ଘୋଷଣା କରିଛନ୍ତି ଶାହା । କହିଛନ୍ତି ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଛି ।