ଅମିତାଭ ସର୍ବାଧିକ ଲୋକପ୍ରିୟ ଭାରତୀୟ ଅଭିନେତା

ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆଗରେ

ନୂଆଦିଲ୍ଲୀ: ୟୁଗଭ୍‌ ଦ୍ବାରା ହୋଇଥିବା ବାର୍ଷିକ ସର୍ବେକ୍ଷଣରୁ ଜଣାପଡ଼ିଛି ‌ଯେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ହେଉଛନ୍ତି ସାରା ବିଶ୍ବରେ ସର୍ବାଧିକ ଲୋକପ୍ରିୟ ଭାରତୀୟ ଅଭିନେତା। ୟୁଗଭ୍‌ର ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ତାଲିକାରେ ବିଗ୍‌ ବି ଦ୍ବାଦଶ ସ୍ଥାନରେ ରହିଥିବାବେଳେ ଶାହରୁଖ, ସଲମାନ୍‌ ଯଥାକ୍ରମେ ୧୬ତମ ଏବଂ ୧୮ତମ ସ୍ଥାନରେ ରହିଛନ୍ତି। ତେବେ ଗତ ବର୍ଷ ତୁଳନାରେ ବିଗ୍‌ ବିଙ୍କ ସ୍ଥାନ ପଛରେ ରହିଛି। ଅନ୍ୟପକ୍ଷେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏହି ତାଲିକାରେ ୧୩ ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ମଧ୍ୟ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର