ଶୀତଲ ଜୈନଙ୍କ ‌ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ : ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ସଚିବ ତଥା ପ୍ରବନ୍ଧକ ଶୀତଲ ଜୈନଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନରେ ଶନିବାର ସଂଧ୍ୟାରେ କରାଯାଇଛି। ଏଥିରେ ଅମିତାଭ ବଚ୍ଚନ, ପୁଅ ଅଭିଷେକ ଓ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଯୋଗଦେଇଥିଲେ। ୭୭ ବର୍ଷୀୟ ଶୀତଲ ଦୀର୍ଘ ପ୍ରାୟ ୪ ଦଶନ୍ଧି ଧରି ବଚ୍ଚନଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ୧୯୯୮ ମସିହାରେ ନିର୍ମାଣ ହୋଇଥିବା ବଡେ ମିଆଁ ‌ ଛୋଟେ ମିଆଁ ସିନେମାର ପ୍ରଯୋଜକ ମଧ୍ୟ ସେ ରହିଥିଲେ।

ସମ୍ବନ୍ଧିତ ଖବର