ବାରବଙ୍କି(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ବାରବଙ୍କିରେ ଜଣେ ଯୁବକ ନିଜ ନାଁକୁ ନେଇ ହଟହଟା ହୋଇଛନ୍ତି। ଯାହା ପାାଇଁ ତାଙ୍କ ଆକାଉଣ୍ଟକୁ ଆସିଥିବା ପିଏମ୍ କିଶାନ ସମ୍ମାନ ନିଧି ଯୋଜନାର ଟଙ୍କା ଫେରି ଯାଇଛି। ତେବେ ପ୍ରଥମେ ସବୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ବାରବଙ୍କିରେ ଆସି ପିଏମ୍ କିଶାନ ସମ୍ମାନ ନିଧି ଯୋଜନାର ଟଙ୍କା ପାଇବା ପାଇଁ ନ‌ାଁ ପଞ୍ଜିକୃତ କରିଥିବା କଥା ଭାବୁଥିବା ବେଳେ ପରେ ସବୁ କାଗଜପତ୍ର ଯାଞ୍ଚ ହୋଇଥିଲା। ଯାହା ପରେ ସମସ୍ତଙ୍କ ଦ୍ବନ୍ଦ୍ବ ଦୂର ହୋଇଥିଲା।

Advertisment

किसान का नाम था अमिताभ बच्चन, खाते से लौट गया पीएम मोदी का भेजा पैसा aajtak.intoday.in

ସୂଚନା ମୁତାବକ,  ପିଏମ୍ କିଶାନ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ କୃଷକମାନଙ୍କ ନାଁର ସୂଚୀ ଯେତେବେଳେ ତହସିଲ ଅଫିସରେ ପହଞ୍ଚିଲା, ସେତେବେଳେ ସୂଚୀରେ ଅମିତାଭ ବଚ୍ଚନଙ୍କ ନାଁ ଦେଖି ତହସିଲ ଅଫିସର ଚମକି ପଡ଼ିଥିଲେ। କିଛି କଥା ନ ବୁଝି ବଲିଉଡର ମହାନାୟକ ଅମିତାଭ ବଚ୍ଚନ କିଶାନ ସମ୍ମାନ ନିଧି ଯୋଜନାର ଟଙ୍କା ନେବା ପାଇଁ ନାଁ ପଞ୍ଜିକୃତ କରାଇଥିବାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। କିନ୍ତୁ ପରେ ସବୁ ସ୍ପଷ୍ଟ ହୋଇଥିଲା। କୃଷକଜଣଙ୍କ ଜସମାଣ୍ଡା ଗ୍ରାମ ନିବାସୀ ହରେ ରାମଙ୍କ ପୁଅ ଅମିତାଭ ବଚ୍ଚନ ବୋଲି ଜଣା ପଡ଼ିଥିଲା। ତାଙ୍କର ଆଧାର ଓ ଭୋଟର ପରିଚୟପତ୍ର ଯାଞ୍ଚ ପରେ ସମସ୍ତଙ୍କ ଦ୍ବନ୍ଦ୍ବ ଦୂର ହୋଇଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପ୍ରବନ୍ଧକ ଦୀପକ ମିଶ୍ର ସମସ୍ତଙ୍କ ଦ୍ବନ୍ଦ୍ବ ଦୂର କରିବା ସହ ନାଁ ସମାନ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି। ଏହା ସହ ଅମିତାଭଙ୍କ ଆଧାର କାର୍ଡ ବିବରଣୀ ସମେତ ସବୁ ପ୍ରମାଣପତ୍ର ବ୍ୟାଙ୍କରେ ଉପଲବ୍ଧ ଥିବା କହିଛନ୍ତି ଶାଖା ପ୍ରବନ୍ଧକ ଦୀପକ ମିଶ୍ର । ପ୍ରଥମେ ତାଙ୍କ ଆକାଉଣ୍ଟରୁ ଟଙ୍କା ଫେରି ଯାଇଥିବା ବେଳେ ଘଟଣା ସ୍ପଷ୍ଟ ହେବା ପରେ ଏବେ ତାଙ୍କ ଆକାଉଣ୍ଟକୁ ଟଙ୍କା ଫେରିଥିବା ଜଣା ପଡ଼ିଛି।