ମୁମ୍ବାଇ: ଗୋରେଗାଓଁରେ ବିଗ ବି ଅମିତାଭ ବଚ୍ଚନଙ୍କ ବେଆଇନ ନିର୍ମାଣକୁ ନେଇ ବ୍ରିହନ୍ମୁମ୍ବାଇ ମୁନିସିପାଲ କର୍ପୋରେସନ୍ (ବିଏମସି) ନୋଟିସ୍ ଜାରି କରିଛି। କେବଳ ଅମିତାଭ ନୁହଁନ୍ତି ବିଏମସି ବେଆଇନ କୋଠା ନିର୍ମାଣ ନେଇ ବଲିଉଡ୍ ବ୍ୟକ୍ତିତ୍ୱ ରାଜକୁମାର ହିରାନି,ପଙ୍କଜ ବାଲାଜି, ସଞ୍ଜୟ ବ୍ୟାସ, ହରିଶ ଖଣ୍ଡେଲବାଲ, ହରିଶ ଜଗତିଆନି ତଥା ଓବରାୟ ରିୟଲିଟିଙ୍କୁ ନୋଟିସ୍ ଜାରି କରିଛି। ଏହି ଖବର ଏକ ଆରଟିଆଇ ଆବେଦନ ଜରିଆରେ ସାମ୍ନାକୁ ଆସିଛି। ଏହି ଖବର ପ୍ରକାଶ ପାଇବା ପରେ ବିଏମ୍ସି ଏମ୍ଆରଟିପି ଆଇନ ଅନୁଯାୟୀ ସମସ୍ତଙ୍କୁ ନୋଟିସ ପଠାଇଛି।
ଗୋରେଗାଓଁରେ ଅମିତାଭଙ୍କ ବଙ୍ଗଳାର ଯାଞ୍ଚ ସମୟରେ ବଙ୍ଗଳା ଭିତରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା। ବଙ୍ଗଳାରେ ବେଆଇନ ନିର୍ମାଣ ହୋଇଥିବା ନେଇ ସୂଚନା ଅଧିକାରୀ କର୍ମୀ ଅନିଲ ଗଲଗାଲିଙ୍କ ତରଫରୁ ଏହାର ଯାଞ୍ଚ ଆବେଦନ କରାଯାଇଥିଲା। ଏହାପରେ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିସ ଓ ମନପା ଆୟୁକ୍ତ ଅଜୟ ମେହେଟ୍ଟାଙ୍କୁ ଏକ ଚିଠି ଲେଖି ବେଆଇନ ନିର୍ମାଣ ଉପରେ ଅନୁସନ୍ଧାନ ଆରମ୍ଭ କରିବା ପାଇଁ କହିଥିଲେ।
ଅନିଲ ଗଲଗୋଲି କହିଛନ୍ତି, ଅମିତାଭ ବଚ୍ଚନ ଜଣେ ନାମୀଦାମୀ ଅଭିନେତା ହୋଇଥିବାରୁ ବେଆଇନ କୋଠା ନିର୍ମାଣ ନେଇ ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରୁଛି। ଏହା ଯଦି ଗରିବ କି ସାଧାରଣଜନତାଙ୍କ ପକ୍ଷରେ ହୋଇଥାଆନ୍ତା ତୁରନ୍ତ ସେ ଘରକୁ ଭାଙ୍ଗି ଦିଆଯାଇଥାଆନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/amitabh-bachchan-file-pti.jpg.image_.975.568.jpg)