କୋଲକାତା: କୋଲକାତା ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ସମ୍ମାନ ମିଳିବା ଉଚିତ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି, ଅମିତାଭ ବଚ୍ଚନ ଜଣେ ଜୀବନ୍ତ କିମ୍ବଦନ୍ତୀ।
ସେ ଭାରତର ଏକ ଆଇକନ୍। ତାଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ। କେଆଇଏଫ୍ଏଫ୍ର ଉଦଘାଟନୀ ସମାରୋହରେ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଶାହରୁଖ ଖାନ୍, ରାଣୀ ମୁଖାର୍ଜୀ, ମହେଶ ଭଟ୍ଟ, ଜୟା ବଚ୍ଚନ, ଶତ୍ରୁଘ୍ନ ସିହ୍ନା, କୁମାର ସାନୁ ମଧ୍ୟ ଉପସ୍ଥିତ ଥିଲେ। କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଧ୍ୟକ୍ଷ ରାଜ ଚକ୍ରବର୍ତ୍ତୀ କହିଛନ୍ତି ଯେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ବିଗ୍ ବିଙ୍କ ସମ୍ମାନରେ ତାଙ୍କର କିଛି ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।