ମୁମ୍ବାଇ ମେ‌ଟ୍ରୋକୁ ସମର୍ଥନ ମାମଲା : ବଚ୍ଚନଙ୍କ ଘର ଆଗରେ ସାମାଜିକ କର୍ମୀଙ୍କ ଆନ୍ଦୋଳନ

ମୁମ୍ବାଇ : ବିଗ୍‌ ବି’ ଅମିତାଭ ବଚ୍ଚନ ଗତକାଲି ମୁମ୍ବାଇ ମେଟ୍ରୋକୁ ସମର୍ଥନ କରି ଟ୍ବିଟରରେ ଏକ ପୋଷ୍ଟ୍‌ କରିଥିବାରୁ ଆଜି ତାଙ୍କୁ ବିରୋଧ କରି ଆରେ କଲୋନୀ ଅଂଚଳର ସାମାଜିକ କର୍ମୀମାନେ ତାଙ୍କ ବାସଭବନ ଆଗରେ ଆନ୍ଦୋଳନ କରିଛନ୍ତି। ମେଟ୍ରୋ ପାଇଁ ସମଗ୍ର ଅଂଚଳର ସବୁଜିମାକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ବଚ୍ଚନ ଗତକାଲି ମେଟ୍ରୋକୁ ସମର୍ଥନ କରି କହିଥିଲେ ‘ମୋର ଜଣେ ବନ୍ଧୁଙ୍କର ମେଡିକାଲ ଏମର୍ଜେନ୍ସି ଥିଲା। ତେବେ ସେ ତାଙ୍କ କାର୍‌ ପରିବର୍ତ୍ତେ ମେଟ୍ରୋରେ ଯିବାକୁ ପସନ୍ଦ କରିଥିଲେ। ଗମନାଗମନ ପାଇଁ ମେଟ୍ରୋ ସବୁଠୁ ସୁବିଧାଜନକ ଏବଂ ଶୀଘ୍ର ବୋଲି କହିଥିଲେ। ବଚ୍ଚନଙ୍କର ଏହି ଟ୍ବିଟ୍‌ ପାଇଁ ତାଙ୍କୁ ଏମଏମ୍‌ଆରସିଏଲ୍‌ (ମୁମ୍ବାଇ ମେଟ୍ରୋ ରେଳ ନିଗମ) ପକ୍ଷରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା। କିନ୍ତୁ ମେଟ୍ରୋ ପ୍ରକଳ୍ପକୁ ବିରୋଧ କରୁଥିବା ସାମାଜିକ କର୍ମୀମାନେ ବଚ୍ଚନଙ୍କର ଏହି ଟ୍ବିଟ୍‌ ପାଇଁ ଜୋର୍‌ଦାର ପ୍ରତିବାଦ କରିଛନ୍ତି।

ସମ୍ବନ୍ଧିତ ଖବର