ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଂଟ ହ୍ୟାକ୍, ବିଗ ବିଙ୍କ ସ୍ଥାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ!

ମୁମ୍ବାଇ: ଗତକାଲି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଂଟ ହ୍ୟାକ୍ ହୋଇଥିଲା। ବିଗ ବିଙ୍କ ସ୍ଥାନରେ ହ୍ୟାକର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଇଦେଇଥିଲା । ଅମିତାଭଙ୍କ ପ୍ରୋଫାଇଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଥିଲା । ଆକାଉଂଟରେ ଲଭ୍ ପାକିସ୍ତାନ ବୋଲି ଲେଖାଯାଇଥିଲା ।

ତୁର୍କୀର ଜଣେ ହ୍ୟାକର ଏହି କାମ କରିଥିବାର ଦାବି କରିଛନ୍ତି। ତେବେ ବର୍ତ୍ତମାନ ସମୟରେ ଅମିତାଭଙ୍କ ଆକାଉଂଟ ଠିକ୍ ହୋଇଯାଇଛି । ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟୁଇଟ୍ ମଧ୍ୟ ଡିଲିଟ୍ କରାଯାଇଛି । ମୁମ୍ବାଇ ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେବା ସହିତ ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ମୁମ୍ବାଇର ସାଇବର ସେଲ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଅମିତାଭଙ୍କ ଟୁଇଟର ଆକାଉଂଟ ହ୍ୟାକ୍ କରିବାର ଉଦ୍ଦେଶ୍ୟ କ’ଣ ଥିଲା ଏଯାଏଁ ଜଣାପଡ଼ିନାହିଁ । ହ୍ୟାକ୍ ପଛରେ ପାକିସ୍ତାନ ସମର୍ଥିତ ହ୍ୟାକରଙ୍କ ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି ।

photo–one india

ବଲିଉଡ଼ ଜଗତର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ । ଆଉ ଏହାର ଫାଇଦା ଉଠାଇ ବିଗ ବିଙ୍କୁ ବଦନାମ କରିବାର ପ୍ରୟାସ ହୋଇଛି । ମେଗାଷ୍ଟାରଙ୍କ ଆକାଉଂଟ ହ୍ୟାକ୍ ହେବାକଥା ତାଙ୍କ ଫ୍ୟାନ୍ ତଥା ସୋସିଆଲ ମିଡ଼ିଆରେ ପ୍ରଚାର ହୋଇସାରିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କର ଆକାଉଣ୍ଟ ମଧ୍ୟ ହ୍ୟାକ୍ କରାଯାଇଥିଲା ।

ସମ୍ବନ୍ଧିତ ଖବର