ମୁମ୍ବାଇ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
ଅମିତାଭ ନିଜେ ଟୁଇଟ୍ କରି ଏହି ଖବର ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି ... ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି ...ମୋ ପରିବାରବର୍ଗ ଏବଂ କର୍ମଚାରୀମାନେ ପରୀକ୍ଷା ଲାଗି ନମୁନା ଦେଇଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି .. ଗତ ୧୦ ଦିନ ମଧ୍ୟରେ ମୋ ନିକଟତର ଥିବା ସମସ୍ତଙ୍କୁ ଅନୁରୋଧ କରାଯାଉଛି ଦୟାକରି ସେମାନେ ନିଜେ ପରୀକ୍ଷା କରାଇ ନିଅନ୍ତୁ।
ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ନେଗେଟିଭ୍ ଆସିଛି ବୋଲି ସୂଚନା ମିଳିଛି। ସେ କରୋନା ଆକ୍ରାନ୍ତ ହୋଇନାହାନ୍ତି। ମୁମ୍ବାଇ ମହାନଗର ନିଗମର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେହିପରି ବଚ୍ଚନଙ୍କ ବୋହୂ ତଥା ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇନାହାନ୍ତି।
ଅମିତାଭଙ୍କୁ କରୋନା ହେବା ଖବର ସମଗ୍ର ଦେଶରେ ଥିବା ତାଙ୍କ ଫ୍ୟାନମାନଙ୍କ ମନରେ ନିରାଶା ଖେଳାଇ ଦେଇଛି। ବଚ୍ଚନଙ୍କ ଏହି ଟୁଇଟକୁ ମାତ୍ର ୨୫ ମିନିଟ ଭିତରେ ୪୩,୦୦୦ ରିଟୁଇଟ୍ କରାଯାଇଥିବା ବେଳେ ୧ ଲକ୍ଷରୁ ଅଧିକ ଲାଇକ୍ କରାଯାଇଛି।