ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଗତ ୩୬ ବର୍ଷର ଧରି ପରମ୍ପରା ରଖି ଆସିଥିଲେ କି ସେ ପ୍ରତି ରବିବାର ଦିନ ଅପରାହ୍ନରେ ନିଜର ଫ୍ୟାନମାନଙ୍କୁ ଦେଖା ଦେବେ। ଯଦି ସେ କୌଣସି ରବିବାର ଦିନ ମୁମ୍ବାଇରେ ନ ଥାନ୍ତି ତେବେ ଏହି ନିୟମ ଲାଗୁ ହୋଇ ନଥାଏ। ତେବେ ସେ ଯାହା ହେଉନା କାହିଁକି ଗତକାଲି ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିବାରୁ ସେ ନିଜର ୩୬ ବର୍ଷର ପରମ୍ପରାକୁ ଭଙ୍ଗ କରିଲେ।
ଅମିତାଭ ନିଜର ଅସୁସ୍ଥତା ହେତୁ ଫ୍ୟାନମାନଙ୍କୁ ଦେଖା ଦେଲେ ନାହିଁ। ସେ ନିଜର ମନକଥା ଜଣାଇବା ସହ ସହ ଖୁବ୍ ଶୀଘ୍ର ସୁସ୍ଥ ହେବେ ବୋଲି ଫ୍ୟାନମାନଙ୍କୁ ମଧ୍ୟ ସୂଚନା ଦେଇଥିଲେ। ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ ତାଙ୍କର ଅସୁସ୍ଥତାକୁ ନେଇ ବ୍ୟଥିତ ନ ହେବାକୁ ବି ପରାମର୍ଶ ଦେଇଥିଲେ।
ଏଠାରେ ସ୍ମରଣ ଯୋଗ୍ୟ ଯେ ଅମିତାଭ ବଚ୍ଚନଙ୍କ ଅଭିନୀତ ନୂଆ ସିନେମା ‘ବ୍ରହ୍ମାସ୍ତ୍ର’ ଖୁବ୍ ଶୀଘ୍ର ରିଲିଜ୍ ହେବ ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ନାଗାର୍ଜୁନ ପ୍ରମୁଖ ଅଭିନୟ କରିଛନ୍ତି।