ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ : କିମ୍ବଦନ୍ତୀ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅସୁସ୍ଥତା କାରଣରୁ ଗତ ସୋମବାରଦିନ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଅମିତାଭ ଯୋଗ ଦେଇପାରିନଥିଲେ ।

ଏହି ପୁରସ୍କାର ଗ୍ରହଣ କରି ସେ ଚଳଚ୍ଚିତ୍ର ଜଗତ, ଦର୍ଶକ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କହିଛନ୍ତି ଯେ ଏହି ପୁରସ୍କାର ଗ୍ରହଣ କରିବା ଅର୍ଥ ନୁହେଁ ଯେ ସେ ଅବସର ଗ୍ରହଣ କରୁଛନ୍ତି । ଆଉ କିଛି କାମ ବାକି ଅଛି, ତାହା ସେ ସମାପ୍ତ କରିବାକୁ ହେବ ।

ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ। ସମ୍ମାନ ଭାବେ ଏକ ସ୍ବର୍ଣ୍ଣ କମଳ, ଏକ ସାଲ୍ ଓ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଏ। ୨୦୧୭ ମସିହାରେ ଏହି ସମ୍ମାନ ବିନୋଦ ଖାନ୍ନାଙ୍କୁ ଦିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୭୭ ବର୍ଷୀୟ ବଚ୍ଚନ ସାହେବ ଗତ ୨୨ ତାରିଖ ଦିନ ଟ୍ବିଟ୍ କରିଥିଲେ ଯେ ତାଙ୍କୁ ଜ୍ବର ହୋଇଛି ଓ ଡାକ୍ତର ତାଙ୍କୁ କେଉଁଆଡ଼େ ଯିବା ପାଇଁ ମନା କରିଛନ୍ତି। ସେ  ଲେଖିଥିଲେ, “ଜ୍ବରରେ ପଡ଼ିଛି। ଯାତ୍ରା କରିବାକୁ ଅନୁମତି ନାହିଁ। ଦିଲ୍ଳୀରେ ହେଉଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେବାକୁ ଅକ୍ଷମ। ମୋର ଦୁର୍ଭାଗ୍ୟ।”

ସମ୍ବନ୍ଧିତ ଖବର